ବାରିପଦା ମହର୍ଷି ପବ୍ଲିକ ସ୍କୁଲରେ ମହର୍ଷିଙ୍କ ଜନ୍ମ ଜୟନ୍ତୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲ ପରିସରରେ ପ୍ରତିଷ୍ଠାତା ମହର୍ଷି ମହେଶ ଯୋଗୀଙଅକ ୧୦୬ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଅଶୋକ କୁମାର କର ସାମୂହିକ ଗୁରୁପୂଜା କରିଥିଲେ । ମୁଖ୍ୟ ଅତିଥି ଭାବେ ଓସ୍ତା ସଂଘର ମୟୁରଭଞ୍ଜ ସଂପାଦକ ଚିତ୍ତରଂଜନ ପଳତା ଯୋଗ ଦେଇ ଶିକ୍ଷାକୁ ଆଗକୁ ନେବାକୁ ହେଲେ ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ପରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ପିଲାମାନଙ୍କ ଦ୍ୱାରା ୨୩ଗୋଟି ବିଜ୍ଞାନ ପ୍ରକଳ୍ପଓ ୧୫୦ରୁ ଉର୍ଦ୍ଧ୍ୱ ଆର୍ଟ ଏବଂ କ୍ରାଫଅଟ କରାଯାଇଥିଲା । ଗ୍ରାମ ପଞ୍ଚାୟତ ହାଇସ୍କୁଲ, ଚନ୍ଦନପୁରର ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପାଳତା, ଆର.କେ.ସି ହାଇସ୍କୁଲ, ଭୂଆସୁଣୀର ବିଜ୍ଞାନ ଶିକ୍ଷକ ନୟକ କୁମାର ଗିରି ଓ ବାରିପଦା କଲେଜର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ କଳ୍ପନା କବାଟ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରତ୍ୟେକ ପ୍ରକଳ୍ପକୁ ସମୀକ୍ଷା କରିବା ସହ ପିଲାମାନଙ୍କୁ ପ୍ରଶଂସା କରିଥିଲେ । ପ୍ରକଳ୍ପକୁ ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଓ କଂଶୋଲସନରେ ଥିବା ପ୍ରକଳ୍ପର ପିଲାମାନଙ୍କୁ ସାର୍ଟିଫିକେଟ୍ ସହ ଅର୍ଥରାଶି ପୁରସ୍କୃତ କରିଥିଲେ । ପିଲାମାନଙ୍କ ଦ୍ୱାରା ଆୟୋଜିତ ଫୁଡଷ୍ଟଲର ମଜା ମଧ୍ୟ ସମସ୍ତେ ଉଠାଇଥିଲେ ।
ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଜଲ କାନ୍ତି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।