ରାଜ୍ୟ

ସରିଲା ଦଣ୍ଡକାଳୀ ଙ୍କ ତେର ଦିନ ଯାତ୍ରା – ମନ୍ଦିର ଗଲେ ମାଁ କାଳୀ। କୁକୁଡାଖଣ୍ଡି ରେ ମାଁ କାଳୀ ଙ୍କ ମେରୁ ଯାତ୍ରା।

କୁକୁଡାଖଣ୍ଡି( ଇପିଲି ପୂର୍ଣ୍ଣଚନ୍ଦ୍ର):ଗଞ୍ଜାମ ଜିଲ୍ଲା ରେ ତେର ଦିନ ଧରି ପାଳିତ ଦଣ୍ଡନାଚ। ସକାଳୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳ ଙ୍କୁ ବରଣ କରଯାଇଥାଏ । ଅପରାହ୍ନ ରେ ଧୂଳି ଦଣ୍ଡ, ଓ ନଈ କୂଳ ରେ ପାଣି ଦଣ୍ଡ ହୋଇ ଥାଏ। ଓ ଏହି ତେର ଦିନ ମଧ୍ୟରେ ଲୋକ ମାନେ ମଧ୍ୟ ବହୁ ସୁନ୍ଦର ଭାବେ ଦଣ୍ଡ ନାଚ ଦେଖି ଥାଆନ୍ତି। ଆଜି ସକାଳୁ ସବୁ ତେର ଭୁକ୍ତା ମାନେ ବହୁ ସୁନ୍ଦର ଭାବେ ମାଁ କାଳୀ ଙ୍କୁ ଧରି ବିଭିନ୍ନ ସାହି ପରିକ୍ରମା କରି ସାରି ନିଜ ମନ୍ଦିର ପାଖରେ ରୁହନ୍ତି। ଓ ଦଣ୍ଡ ନାଚ ପରିବେଷଣ କରି ଥାଆନ୍ତି । ଏହା କୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଏ। ସେହିପରି ଗଞ୍ଜାମ ଜିଲ୍ଲା ରେ ସାରା କାଳୀ ମନ୍ଦିର ରେ ମେରୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରବିବାର ଦିନ କୁକୁଡାଖଣ୍ଡି କାଳୀ ମନ୍ଦିର ଠାରେ ଅପରାହ୍ନ ସମୟ ରେ ମାଁ କାଳୀ ଙ୍କ ମେରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଏହି ମେରୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଦେଖିବାକୁ ଆସିଥାନ୍ତି। ଓ ମେରୁ ମଣ୍ଡପ ରେ ହରିବୋଲ,ହଳୁହଳି, ଜୟ ମାଁ କାଳୀ ଧ୍ବନି ସହିତ ଢୋଲ,ମହୁରୀ,ଗିନି ଶବ୍ଦ ରେ ମେରୁ ମଣ୍ଡପ ପ୍ରକମ୍ପିତ ହୋଇ ଉଠିଛି। ଖଜୁରୀ ଓ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିତରେ ଏକ ପ୍ରତିଯୋଗିତା ଦେଖିବାକୁ ମିଳି ରହିଛି। ଏହି ଦିନ ବହୁ ସଂଖ୍ୟକ ଭକ୍ତ ମାନେ ଉପବାସ କରିବା ସହ ସନ୍ଧ୍ୟ ସମୟ ରେ ମାଁ ଙ୍କ ମନ୍ଦିର ପାଖରେ ଭକ୍ତ ମାନେ ଉପସ୍ଥିତ ରହିଥାନ୍ତି । ସେହି ଦଣ୍ଡ ନାଚ ତେର ଭୁକ୍ତା ମାନେ ଉପସ୍ଥିତ ରହି ମେରୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି କରିଆସିଥିଲେ। ତାହା ସହ ମାଁ ଙ୍କ ସନ୍ଧ୍ୟା ଆଳତି ହୋଇସାରିବା ପରେ ଭକ୍ତ ଙ୍କ ଭିଡ଼ କମିବାରେ ଲାଗିଛି। ମାଁ ଙ୍କ ମେରୁ କାର୍ଯ୍ୟକ୍ରମ ରେ ତେର ଭୁକ୍ତା ଙ୍କ ସମେତ ମନ୍ଦିର ପ୍ରଶାସନ, ମନ୍ଦିର ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ, ମେନେଜର ବି. ସଦାନନ୍ଦ ଓ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଟୁକୁନା ସେଠୀ,ପି. ରାମକୃଷ୍ଣ ଓ ବହୁ ଭକ୍ତ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *