ରାଜ୍ୟ

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ତରଫରୁ ଅଗ୍ନି ନିରାପତ୍ତା ସପ୍ତାହ ପାଳିତ

ତା ୧୭/୦୪/୨୦୨୪ ରିଖ, କଳିଙ୍ଗନଗର, ଯାଜପୁର ଜିଲ୍ଲାର ଅଗ୍ରଣୀ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନଲେସ ଲିମିଟେଡର, ସାମାଜିକ ଦାୟୀତ୍ଵବୋଧ ବିଭାଗ ମାଧ୍ୟମରେ ମାନତିରା ଓ ବୁଦ୍ଧରାଜା ବିଦ୍ୟାପୀଠ ପରିସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଏକ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ସଚେତନତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ଅଗ୍ନି ସୁରକ୍ଷା ବିଭାଗ ଓ ସି ଏସ ଆର ବିଭାଗର ମିଳିତ ଉଦ୍ୟମରେ ଅଗ୍ନି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା ଭିତ୍ତିକ କାର୍ଯକ୍ରମ ଆୟୋଜନ କରଯାଇଥିଲା। ଜେଏସଏଲର ଅଗ୍ନି ନିରାପତ୍ତା ବିଭାଗର ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କୁ ନିଆଁ ଲାଗିବାର ବିଭିନ୍ନ କାରଣ ଏବଂ ଏହାକୁ ନିର୍ବାପନ କରିବା ପାଇଁ ବିଭିନ୍ନ ପଦ୍ଧତି ସମ୍ବନ୍ଧରେ ପ୍ରଦର୍ଶନ ମାଧ୍ୟମରେ ଅବଗତ କରାଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଯୋଗୀତା ଓ ବ୍ୟବହାର ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ସି ଏସ ଆର ବିଭାଗର ଅଧିକାରୀମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଶିବିରର ଉପାଦେୟତା ସମ୍ବନ୍ଧରେ ଅବଗତ କରିଥିଲେ। ମାଣତିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଓ ବୁଦ୍ଧରାଜା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଜେ ଏସ ଏଲ ର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ର କର୍ମଚାରୀବୃନ୍ଦ ଯଥା ରୋଲଣ୍ଡ ଦଳେଇ, ସସ୍ମିତା ସାମଲ, ଲବଣୀ ତରାଇ, ପ୍ରିୟଙ୍କା ପଣ୍ଡା, ସସ୍ମିତା ପରିଜା ଓ ମଧୁସ୍ମିତା ମହାନ୍ତି ପ୍ରମୁଖ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *