ରାଜ୍ୟ

ଭୂବନେଶ୍ୱରୀ ଖଣି ଦୁର୍ଘଟଣାରେ ୧ମୃତ : ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ?

ତାଳଚେର ତା ୨୧/୦୨ ତାଳଚେର ଭୂବନେଶ୍ୱରୀ କୋଇଲା ଖଣିରେ ଆଜି ହାଇୱା ଧକ୍କାରେ ଅନୁଗୋଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗ୍ରାମର ଠିକାକର୍ମଚାରୀ ସଞ୍ଜୟ ସିଂହ ହାଇୱା ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି ଓ ତାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ପୋଲିସ୍ ଉଦ୍ଧାର କରି ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ, ଶ୍ରୀ ସିଂହ ସକାଳୁ ଭୂବନେଶ୍ୱରୀ ମାଇନ୍ସର ୧ନମ୍ବର ସାଇଡ଼ିଙ୍ଗରେ କାର୍ଯ୍ୟ କରୁଥିବା ବେଳେ ଏକ ହାଇୱା ହଠାତ ତାଙ୍କୁ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ମୃତ୍ୟୁ ହେବା ସହିତ ଶରୀର ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼଼ି ରହିଥିଲା । ତେବେ ଏହାକୁ ନେଇ କୋଇଲା ଖଣି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏହି ଦୁଃଖଦ ଘଟଣା ପ୍ରଚାରି ହେବା ପରେ କୋଲିୟରୀ ପାଲିସ୍ ଘଟଣା ସ୍ଥଳରେ ପଂହଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *