ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ୍ ସୋଲପଟାସ୍ଥିତ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନୟାଗଡ ଜିଲ୍ଲାର ସାମ୍ବିଧାନିକ ସମ୍ମିଳନୀ ଅଯୋଧ୍ୟାନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନରେ ଆୟୋଜିତ "ଓଡ଼ିଶାର ଶିକ୍ଷା ବ୍ୟବସ୍ଥା; ପ୍ରଗତି ଓ ଅନ୍ତରାୟ" ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ରାଜ୍ଯ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ଭାବରେ ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ସମ୍ମାନିତ ବକ୍ତା ଭାବରେ ଡକ୍ଟର ଗଣେଶ୍ବର ସ୍ବାଇଁ, ସମ୍ମାନିତ ଅତିଥି ଭାବେ "ଶିକ୍ଷା ପ୍ରଦୀପ"ର ପ୍ରାକ୍ତନ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ଏବର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ସହସଂପାଦକ ରମାକାନ୍ତ ମହାପାତ୍ର, ଓଷ୍ଟାର କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ପଦ୍ମଚରଣ ବିଶ୍ଵାଳ, ସଂପାଦକ ମଧୁସୂଦନ ଦେ, ବିଜୟ କୁମାର ଛତ୍ର, ବିନାୟକ ପରିଡା, କାର୍ଯ୍ୟକାରୀ କମିଟି ସଦସ୍ଯ ଗୋଲକ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ ଜିଲ୍ଲା ଓଷ୍ଟାର ଯୁଗ୍ମସଂପାଦକ ମନୋଜ କୁମାର ଗୁମାନସିଂହ ଅତିଥିମାନଙ୍କ ପରିଚୟ ପ୍ରଦାନପୂର୍ବକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ମାଣିକେଶ୍ବର ସ୍ବାଇଁ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହିତ ଗତ ତିନିବର୍ଷର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ। ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସଭାପତି ଭାବରେ ଅଯୋଧ୍ୟାନାଥ ନାୟକ, ସମ୍ପାଦକ ଭାବରେ ମାଣିକେଶ୍ବର ସ୍ବାଇଁ, ଉପସଭାପତି ଭାବରେ ନିରାକାର ସ୍ବାଇଁ ଓ ଲକ୍ଷ୍ମୀଧର ମହାପାତ୍ର, ଉପସଭାନେତ୍ରୀ ଭାବରେ ମିନତୀ କୁମାରୀ ତ୍ରିପାଠୀ, ଯୁଗ୍ମସଂପାଦକ ଭାବରେ ପରମାନନ୍ଦ ଦଳାଇ, ନିତ୍ୟାନନ୍ଦ ଦାସ, ଯୁଗ୍ମସଂପାଦିକା ଭାବରେ ହରପ୍ରିୟା ଗୁମାନସିଂହ, କାର୍ଯ୍ୟକାରୀ କମିଟି ସଦସ୍ଯ ଭାବରେ ଦିବାକର ପାଇକରାୟ, ଶେଖ୍ ରଫିକ୍ ଉଦ୍ଦିନ୍, ସନ୍ତୋଷ କୁମାର ମହାପାତ୍ର ଓ ମୂରଲୀଧର ବେହେରା ପ୍ରମୁଖ ନିର୍ବାଚିତ ହୋଇଥିଲେ। ନବନିର୍ବାଚିତ ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାନ୍ତି ଓଷ୍ଟାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶେଷରେ ସାମ୍ବିଧାନିକ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ଗିରିଜା ଭୂଷଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।