ମୁଖ୍ୟ ଖବର

କଂଗ୍ରେସକୁ ମୋଦୀଙ୍କ ବଡ଼ ଚ୍ୟାଲେଞ୍ଜ: କାହାର ସାହସ ନାହିଁ ଜମ୍ମୁ-କଶ୍ମୀରରେ ପୁଣି ୩୭୦ ଧାରା ଲାଗୁ କରିବାକୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାର ଜରିଆରେ ବିରୋଧୀ ଦଳ କଂଗ୍ରେସକୁ ବଡ ଚ୍ୟାଲେଞ୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ‘‘ଜମ୍ମୁ-କାଶ୍ମୀରରୁ ଯେଉଁ ୩୭୦ ଧାରାକୁ ଉଚ୍ଛେଦ କରିବାକୁ ଏତେ କଷ୍ଟ କରାଯାଇଛି କାହାର ସାହାସ ନାହିଁ ତାକୁ ପୁଣି ଲାଗୁ କରିବାକୁ। ସାହସ ଅଛି ଯଦି କଂଗ୍ରେସ ପୁଣି ଥରେ ସେଠାରେ ୩୭୦ ଲାଗୁ କରିବା କଥା କହି ଦେଖୁ।’’ସେଠିକାର ଲୋକଙ୍କ ଭବିଷ୍ୟତ ତଥା ସାମାଜିକ ସ୍ଥିତିକୁ ସୁଧାରବାକୁ ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ସେଠାରୁ ୩୭୦ ଧାରା ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ସେଠାରେ ଦଳିତ ଓ ବାଲ୍ମିକୀ ସମ୍ପ୍ରଦାୟକୁ ସ୍ୱତନ୍ତ୍ର ସଂରଣକ୍ଷ ମିଳିବ । କିନ୍ତୁ ଏହାକୁ ବିରୋଧୀ ବିରୋଧ କରୁଛନ୍ତି । ଏହି କ୍ରମରେ ମୋଦୀ ମମତା ବାନାର୍ଜୀଙ୍କ କଥା ମଧ୍ୟ ଉଠାଇଥିଲେ । ମମତା ନିଜ ରାଜ୍ୟରେ ସିଏଏ ଲାଗୁ କରିବାକୁ ଦେବେ ନାହିଁ ବୋଲି କହୁଛନ୍ତି । କିନ୍ତୁ ସେମାନେ ଭଲ ଭାବେ ଜାଣିଛନ୍ତି ରାଜ୍ୟ ପାଇଁ କ’ଣ ଭଲ ଓ କ’ଣ ଖରାପ, କିନ୍ତୁ ଅସଲ କଥା ହେଉଛି ଲୋକଙ୍କୁ ଭ୍ରମିତ କରିବା ଏମାନଙ୍କର ଅଭ୍ୟାସ । ଯାହାଦ୍ୱାରା ଏମାନେ ଲୋକଙ୍କ ସହାନୁଭୂତି ହାସଲ କରିବାକୁ ସହଜ ଭାବୁଛନ୍ତି।

Leave a Reply

Your email address will not be published. Required fields are marked *