ସେକ୍ସ ସ୍କାଣ୍ଡାଲ: ସାଂସଦ ପ୍ରଜୱାଲ ରେଭାନ୍ନାଙ୍କୁ ବହିଷ୍କାର କରିପାରେ ଜେଡିଏସ
ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜନତା ଦଳ (ସେକ୍ୟୁଲାର) ଦଳର ସାଂସଦ ପ୍ରଜ୍ୱଲ ରେଭାନ୍ନାଙ୍କୁ ବହିଷ୍କାର କରିପାରେ। ଆସନ୍ତାକାଲି (ଏପ୍ରିଲ ୩୦) ପୂର୍ବାହ୍ନ ୧୦ଟାରେ କର୍ଣ୍ଣାଟକର ହୁବଲିରେ ହେବାକୁ ଥିବା ଜେଡିଏସ୍ କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ବିଜେପି-ଜେଡିଏସ୍ ମେଣ୍ଟର ପ୍ରାର୍ଥୀ ହେଉଛନ୍ତି ପ୍ରଜ୍ୱଲ ରେଭନ୍ନା, ଯେଉଁଠାରେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା।
ନିକଟରେ ପ୍ରଜ୍ୱାଲ ରେବନ୍ନା ଶହ ଶହ ମହିଳାଙ୍କ ସହ ଯୌନ ଶୋଷଣ କରୁଥିବାର ଅନେକ ଭିଡିଓ ସାମ୍ନାକୁ ଆସିଛି ଏବଂ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ପ୍ରସାରିତ ହେଉଛି। କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ଏହି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲାଯ। ଜେଡିଏସ୍ ସାଂସଦ ହାସନ ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।
୩୩ ବର୍ଷୀୟ ପ୍ରଜ୍ୱଲ ରେଭାନ୍ନା ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ପୁଅ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ର ପ୍ରତିଷ୍ଠାତା ଏଚଡି ଦେବେଗୌଡ଼ାଙ୍କ ବଡ଼ ନାତି।