ଓଡ଼ିଶାର ଏହି ଦୁଇଟି ଆସନରୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଲଢ଼ିବେ ଶିବୁ ସୋରେନଙ୍କ ଝିଅ
ରାଞ୍ଚି/ଭୁବନେଶ୍ୱର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଆଜି ଓଡ଼ିଶାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଘୋଷଣା କରିଛି | ଏହି ତାଲିକାରେ ଜେଏମଏମ ପକ୍ଷରୁ ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନ ବିଧାନସଭା ନିର୍ବାଚନ ସହିତ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଞ୍ଜନି ସୋରେନ ମୟୁରଭଞ୍ଜ ଲୋକସଭା ଆସନ ସହ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ। ଲୋକସଭା ଆସନରେ ଅଞ୍ଜନି ସୋରେନ ବିଜେପିର ନବ ଚରଣ ମାଝୀ ଏବଂ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କୁ ଟକ୍କର ଦେବେ |
ବିଶେଷ କଥା ହେଉଛି, ଏଥର ବିଜେପି ମୟୂରଭଞ୍ଜ ଆସନରୁ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସ୍ଥାନରେ ନବ ଚରଣ ମାଝୀଙ୍କୁ ଟିକେଟ ଦେଇଛି। ଜେଏମଏମ ପକ୍ଷରୁ ଘୋଷଣା ହୋଇଥିବା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ରାଇରଙ୍ଗପୁରରୁ ସୁନାରାମ ଟୁଡୁ, ବାଙ୍ଗିରିପୋଷିରୁ ବିଷ୍ଣୁ ସିଂହ, ମୋରଡାରୁ କୃଷ୍ଣଚନ୍ଦ୍ର ଦାସ, ଉଦଳାରୁ ଚକ୍ରଧର ସିଂହ ପ୍ରମୁଖଙ୍କୁ ପ୍ରାର୍ଥୀ କରାଯାଇଛି | ମୟୁରଭଂଜ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ଅଧକ୍ଷ ତଥା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରୀୟ ମହାସଚିବ ବିନୋଦ କୁମାର ପାଣ୍ଡେ ପ୍ରାର୍ଥୀ ଘୋଷଣା କରିଛନ୍ତି।