ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍ଙ୍କ କୁକୁରର ଏଣ୍ଟ୍ରି: ତାକୁ ଗୁଳି କରିବାକୁ କହିଲେ କ୍ରିଷ୍ଟି ନୋଏମ୍
ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ଏପରିସ୍ଥଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ତାଙ୍କର ବିପଜ୍ଜନକ ଉଦ୍ଦେଶ୍ୟ ଦର୍ଶାଇଛନ୍ତି। ପରମାଣୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବାକୁ ରୁଷିଆର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ପୁଟିନ୍ ପରମାଣୁ ଯୁଦ୍ଧ ମୁହାଁ ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ୟୁକ୍ରେନ ସୀମାରେ ନିୟୋଜିତ ସେନାଙ୍କୁ ପୁଟିନ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର କହିଛି ଯେ ଅଭ୍ୟାସ ସମୟରେ ଆଣବିକ ଅସ୍ତ୍ର ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ଏହି ଅସ୍ତ୍ରଗୁଡିକ ସହିତ କିପରି ଯୁଦ୍ଧ ପ୍ରସ୍ତୁତି କରାଯାଇପାରିବ ଏବଂ ସେଗୁଡିକ ପାଇଁ କ’ଣ ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ,ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପୁଟିନ ଅନେକ ଥର ଆଣବିକ ଅସ୍ତ୍ର ସମ୍ବନ୍ଧରେ ବିବୃତ୍ତି ଦେଇଛନ୍ତି। ଫେବୃଆରୀରେ ମଧ୍ୟ ସେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚେତାବନୀ ଦେଇଥିଲେ। ବର୍ତ୍ତମାନ ପୁଟିନ ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ସମୟରେ ରୁଷିଆର ସେନା କହିଛି ଯେ ୟୁକ୍ରେନ ବ୍ୟତୀତ ରୁଷିଆ ପାଶ୍ଚାତ୍ୟ ଦେଶମାନଙ୍କ ଯୋଗୁ ମଧ୍ୟ ବିପଦରେ ରହିଛି।