ରାଜ୍ୟ

ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ୧୬୫ ରନ୍ କରିଥିଲା। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍ ରହିଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କେଏଲ ରାହୁଲ ୨୯ ରନ୍ କରିଥିବାବେଳେ କୃଣାଳ ପାଣ୍ଡ୍ୟା ୨୪ ରନ୍ କରିଥିଲେ। ସେହିପରି ନିକୋଲାସ ପୁରାନ ୪୮ ରନ୍, ଆୟୂଷ ବାଦୋନି ୩୫ ରନ୍ କରିଥିଲେ।

Leave a Reply

Your email address will not be published. Required fields are marked *