ମୁଖ୍ୟ ଖବର

ଦିଲ୍ଲୀ ଏୟାରପୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ବୋମା ଧମକ ମିଳିବା ପ୍ରକ୍ରିୟା ଥମିବାର ନାଁ ନେଉନାହିଁ। କିଛି ଦିନ ତଳେ ଦିଲ୍ଲୀର ଅନେକ ବଡ଼ ସ୍କୁଲକୁ ବୋମା ଧମକ ଇମେଲ୍ ଆସିଥିଲା। ଅନ୍ୟପକ୍ଷରେ ରବିବାର (ମେ ୧୨) ଦିନ ଦିଲ୍ଲୀର ଦୁଇଟି ହସ୍ପିଟାଲକୁ ବି ସମାନ ଧମକ ମିଳିଥିଲା । ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)କୁ ଏବେ ବୋମା ଧମକ ମିଳିଛି। ଏବେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ବିମାନବନ୍ଦରରେ ତଲାସୀ ଜାରି ରହିଛି।

ଏହା ସହ ଦିଲ୍ଲୀର ଦୁଇଟି ଭିନ୍ନ ଭିନ୍ନ ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ୍ ମଧ୍ୟ ପଠାଯାଇଛି, ଯେଉଁଥିରେ ସେମାନଙ୍କୁ ବୋମା ମାଡ଼ ଧମକ ଦିଆଯାଇଛି। ପ୍ରଥମଟି ହେଉଛି ବୁରାଡ଼ିର ସରକାରୀ ଡାକ୍ତରଖାନା ଏବଂ ଦ୍ୱିତୀୟଟି ହେଉଛି ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ।

ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ପରେ ପୁଲିସ ଟିମ୍ ବୋମା ସ୍କ୍ବାଡ୍ ଓ ଅଗ୍ନିଶମ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସୁଦ୍ଧା ପୁଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ଖାସ୍ କଥା ହେଉଛି ବିମାନବନ୍ଦର ଓ ହସ୍ପିଟାଲକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍ ସମାନ ମେଲ୍ ଆଇଡିରୁ ପଠାଯାଇଥିଲା। ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ମେଲ୍ ପଠାଯାଇଥିଲା। ତେବେ ଏୟାରପୋର୍ଟ ଓ ହସ୍ପିଟାଲରେ ପୁଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା।

Leave a Reply

Your email address will not be published. Required fields are marked *