ରାଜ୍ୟ

୪ର୍ଥ ପର୍ଯ୍ୟାୟରେ ବି କମ ମତଦାନ, ଅପରାହ୍ଣ ୫ଟା ସୁଦ୍ଧା ୬୨% ମତଦାନ

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ଦେଶର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ୬୨.୩୧ ପ୍ରତିଶତ ମତଦାନ ହୋଇଛି। ଏହା ୨୦୧୯ରେ ସମାନ ଆସନଗୁଡ଼ିକରେ ହୋଇଥିବା ମତଦାନ ତୁଳନାରେ କମ । ୨୦୧୯ର ୪ର୍ଥ ପର୍ଯ୍ୟାୟରେ ୬୯.୧୨ ପ୍ରତିଶତ ମତଦାନ ହୋଇଥିଲା । ଅବଶ୍ୟ ଆଜି ପ୍ରକାଶିତ ୬୨.୩୧ ପ୍ରତିଶତ ମତଦାନରେ ଆଗକୁ କିଛିଟା ପରିବର୍ତ୍ତନ ହୋଇପାରେ । କାରଣ କେତେକ ସ୍ଥାନରେ ୫ଟା ପରେ ବି ଭୋଟର ଧାଡ଼ିରେ ଥିବାରୁ ଭୋଟଦାନ ଜାରି ରହିଥିଲା ।ରାଜ୍ୟଭିତ୍ତିକ ମତଦାନ ତଥ୍ୟ ବିଷୟରେ କହିବାକୁ ଗଲେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ୭୫.୬୬ ପ୍ରତିଶତ ମତଦାତା ମତଦାନ କରିଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୬୮.୦୪ ପ୍ରତିଶତ ଓ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ଝାଡ଼ଖଣ୍ଡରେ ୬୩.୧୪ ପ୍ରତିଶତ, ଓଡ଼ିଶାରେ ୬୨.୯୬ ପ୍ରତିଶତ, ତେଲେଙ୍ଗାନାରେ ୬୧.୧୬ ପ୍ରତିଶତ, ଉତ୍ତରପ୍ରଦେଶରେ ୫୬.୩୫ ପ୍ରତିଶତ, ବିହାରରେ ୫୪.୧୪ ପ୍ରତିଶତ, ମହାରାଷ୍ଟ୍ରରେ ୫୨.୪୯ ପ୍ରତିଶତ ଏବଂ ଜମ୍ମୁ-କଶ୍ମୀରରେ ୩୫.୭୫ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *