ୟୁନିକ କପ ଡିଉଜ ବଲ ଟୁର୍ଣ୍ଣାମେଣ୍ଟ
ବିଜେଏମସିସି ଚମ୍ପିୟାନ
ଖୁଣ୍ଟା –
ଖୁଣ୍ଟା ୟୁନିକ କ୍ରୀକେଟ କ୍ଳବ ଅନୁକୁଲ୍ୟରେ ଖୁଣ୍ଟା ହାଇସ୍କୁଲ ଖେଳ ପଡିଆରେ ଚାଲୁ ରହିଥିବା ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ ହୋଇଯାଇଛି । ଅନୁଷ୍ଠିତ ଏହି ଡିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।
ଫାଇନାଲ ମ୍ୟାଚ ଟି ବିଜେଏମ ସିସି , ବାରିପଦା ଓ ବାଲେଶ୍ଵର ଜିଲ୍ଲାର ଜେଏସ ଏମ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ବାଲେଶ୍ଵରର ଜେଏସଏମ ଟିମ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱକେଟ ହରାଇ ମୋଟ ୧୨୨ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳ ବାରିପଦାର
ବିଜେଏମ ସିସି ଦଳ ୧୯.୨ଓଭରରେ ଧାର୍ଯ୍ୟରନ ସଂଗ୍ରହ କରି ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲେ । ଇତି ଅବସର ରେ ପ୍ରଦୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ଉପବାଚସ୍ପତ୍ତି ସାନନ୍ଦ ମାରାଣ୍ଡି , ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି , ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ,ବିଶିଷ୍ଠ ଶିଳ୍ପପତ୍ତି ଗିରିଶ ଦାସ , ଖୁଣ୍ଟା ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ସାନଖୁଣ୍ଟା ପଞ୍ଚାୟତର ସମିତି ସଭ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ ଅତିଥି ଗଣ ଉପବାଚସ୍ପତ୍ତି ଶ୍ରୀଯୁକ୍ତ ମାରଣ୍ଡି ଚମ୍ପିୟାନ ଟିମ ବିଜେଏମସିସି କୁ ଚମ୍ପିୟାନ ଟ୍ରଫି ଓ ରନ୍ସ ଅଫଟିମ ଜେ ଏସ ଏମ ଦଳକୁ ରନସ ଅଫ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ମେନ ଅଫ ଦି ସିରିଜ , ମେନ ଅଫ ଦି ମ୍ୟାଚ ଓ ବେଷ୍ଟ ବଲର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ଦିପକକୁମାର ମୁଣ୍ଡା , ବେଷ୍ଟ ବ୍ୟାଟସ୍ସ ମେନ ଭାବେ ତାପସ ରାଉତ ଓ ବ୍ୟାଷ୍ଟ ଉଇକେଟ କିପର ଭାବେ ସତ୍ୟରଞ୍ଜନ ସାମଲଙ୍କୁ ଏବଂ ଶ୍ରେଷ୍ଠ ଭଲେଣ୍ଟିଆର ଭାବେ ବିରେଶ ସାମଲଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।