ସ୍ବାତୀ ମାଲିଓ୍ବାଲ ବିଜେପି ଷଡ଼ଯନ୍ତ୍ରର ଏକ ମୋହରା : ଆପ୍
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗକୁ ଆମ୍ ଆଦମୀ ପାର୍ଟି (ଆପ୍) ଖଣ୍ଡନ କରିଛି। ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଆତିଶୀ ଶୁକ୍ରବାର (ମେ ୧୭) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାଲିୱାଲ ବିଜେପିର ଷଡ଼ଯନ୍ତ୍ରର ଏକ ମୋହରା ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ମାଲିୱାଲ । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଆତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରଠାରୁ ବିଜେପି ନିରାଶ ହୋଇ ଯାଇଥିବା ବେଳେ ଏଥିପାଇଁ ବିଜେପି ଏହି ଷଡ଼ଯନ୍ତ୍ର କରିଛି। ସ୍ୱାତୀ ମାଲିୱାଲଙ୍କୁ ମେ ୧୩ ତାରିଖ ସକାଳେ ପଠାଯାଇଥିଲା। ବିଜେପିର ଷଡ଼ଯନ୍ତ୍ରରେ ସ୍ୱାତୀ ମାଲିୱାଲ ଏକ ମୋହରା ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଦୋଷ ଦେବା ସ୍ବାତୀଙ୍କ ଉଦ୍ଦେଶ୍ୟ ଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଉପଲବ୍ଧ ନଥିଲେ। ତେଣୁ ସେ ବର୍ତ୍ତି ଯାଇଥିଲେ। ଏହାପରେ ସେ ବୈଭବ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସ୍ୱାତୀ ମାଲିୱାଲ କୁହନ୍ତି ଯେ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ସେହି ମାଡ଼ ପରେ ସେ ଆଘାତ ପାଇଥିଲେ। ସେ କହୁଛନ୍ତି ଯେ ତାଙ୍କ ମୁଣ୍ଡ ଫାଟିଯାଇଛି, ପୋଷାକ ଫାଟିଯାଇଛି କିନ୍ତୁ ଆଜି ଯେଉଁ ଭିଡିଓ ଆସିଛି ତାହା ସତ ଦର୍ଶାଉଛି।