ଭଦ୍ରକରେ ନିର୍ବାଚନ ପ୍ରଚାର କଲେ ନବୀନ ପଟ୍ଟନାୟକ
ଭଦ୍ରକ ବିଜେଡି ପାର୍ଥି ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. ସେ ଆଜି ଉଭୟ ଲୋକ ସଭା ଓ ବିଧାନସଭା ପାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରେ ଥିବା ଇଡ଼କୋ ପଡିଆ ଠାରେ ପହଂଚି ନିର୍ବାଚନ ପ୍ରଚାର କରିଛନ୍ତି. ଏହି ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହିତ ୫ଟି ଅଧକ୍ଷ ଭିକେ. ପାଣ୍ଡିଆନ ଯୋଗ ଦେଇଥିଲେ. ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ସଭାରେ ସାଂସଦ ପ୍ରାଥୀନୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାଥୀ ସଂଜୀବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ପ୍ରାଥୀ ଡା. ସଞ୍ଜୟ ଦାସ, ଚାନ୍ଦବାଲି ବିଧାୟକ ପ୍ରାଥୀ ବ୍ୟାମକେଶ ରାୟ, ବାସୁଦେବପୁର ବିଧାୟକ ପ୍ରାଥୀ ବିଷ୍ଣୁବ୍ରତ ରାଉତରାୟ, ସିମୁଳିଆ ବିଧାୟକ ପ୍ରାଥୀନୀ ସୁବାସିନୀ ସାହୁ ଓ ସୋର ବିଧାୟକ ପ୍ରାଥୀ ମାଧବ ଧଡ଼ା ଯୋଗ ଦେଇଥିଲେ. ଏହି ବିରାଟ ନିର୍ବାଚନ ସଭାରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ. ମୁଖ୍ୟମନ୍ତ୍ରୀ କହିଛନ୍ତି ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଲଷ୍ମୀ ବସ. ୫ଟି ସ୍କୁଲ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧୁବାବୁ ପେନସନ ଯୋଜନା ଭଲ କି . ନବୀନ ପଟ୍ଟନାୟକ ଭଲ କି ଭଳି ଲୋକ ଙ୍କୁ ପ୍ରଶ୍ନ ପଚାରିଥିଲେ ଲୋକେ ମଧ୍ୟ ହଁ ରେ ଉତ୍ତର ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ. ଜୁଲାଇ ମାସ ରୁ ବିଜୁଳି ବିଲ ଆସିବ ନାହିଁ. ବିରୋଧୀ ମାନେ ମିଛ କଥା କହୁଚନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡି ପାର୍ଥୀ ମାନଙ୍କୁ ଆଶୀର୍ବାଦ କରନ୍ତୁ ଦୁଇ ଟି ଶଙ୍ଖ ରେ ଭୋଟ ଦିଅନ୍ତୁ । ଭି କେ ପାଣ୍ଡିଆନ କହିଛନ୍ତି ଭଦ୍ରକ ରିଙ୍ଗ ରୋଡ଼ ପାଇଁ ୪୫୦ କୋଟି ଟଙ୍କା ଦେଇଛନ୍ତି ୪୦ କୋଟି ଟଙ୍କା ଭଦ୍ରକାଳୀ ମନ୍ଦିର ର ଉନ୍ନତିକରଣ ପାଇଁ ଦେଇଛନ୍ତି । ଭଦ୍ରକ ଜିଲ୍ଲାକୁ ଏକ ନମ୍ବର କିଏ କରିବ ବୋଲି ଭି କେ ପାଣ୍ଡିଆନ କହିଥିଲେ. ନବୀନ ବାବୁ ୯ ତାରିଖ ରେ ଶପଥ ନେବେ. ଶପଥ ନେବା ପରେ ପ୍ରଥମ ଦସ୍ତଖତ ରେ ବିଜୁଳି ବିଲ ୧୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼. ଦ୍ୱିତୀୟ ଦସ୍ତଖତ ରେ ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପାଇବେ. ତୃତୀୟ ଦସ୍ତଖତ ରେ ମିଶନ ଶକ୍ତି ମହିଳା ୬୦ ବର୍ଷ ପରେ ପେନସନ ପାଇବେ ।. ନବୀନ ବାବୁ ଦିନ ରାତି ଏକ କରି ଓଡିଶା ପାଇଁ କାର୍ଯ୍ୟକ୍ରମ କରୁଥିବା କହିଲେ ଭି କେ ପାଣ୍ଡିଆନ. ତେଣୁ ଯିଏ ସବୁଦିନ ଲୋକଙ୍କ ପାଇଁ କାମ କରୁଛନ୍ତି ।