ନାବାଳିକା ଅପହରଣକାରିକୁ ୧୦ ବର୍ଷ ଜେଲ ଦଣ୍ଡ,୬୦ ହଜାର ଜୋରିମାନା
ଭଦ୍ରକ-୨୦/୦୫-ଆଜି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜଜ ମୁକ୍ତି ରଞ୍ଜନ ଶତପଥି ନାବାଳିକା ଅପହରଣକାରୀ ତିହିଡି ଥାନା ବାରୋ ଗ୍ରାମର ଭାଗିରଥି ମହାଳିକଙ୍କ ପୁତ୍ର ଶିଶିର ମହାଳିକଙ୍କୁ ପୋକ୍ସ ଆଇନର ଦଫା ୬ ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ୫୦ ହଜାର ଟଙ୍କା, ପିଙ୍ଗଳ କୋଟ୍ ର ଦଫା ୩୬୩ ମୁତାବକ ୫ ବର୍ଷ ଓ ୫ ହଜାର, ଦଫା-୩୬୬ ଅନୁଯାୟୀ ୬ ବର୍ଷ ଓ ୫ ହଜାର ଏପରି ମୋଟ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ମାତ୍ର ଜେଲ ଦଣ୍ଡ ଏକସାଥିରେ ଚାଲିବାକୁ ନିର୍ଦ୍ଦେଶ ଥିବାରୁ ଅପରାଧୀ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ।
ବିବରଣୀ ୨୦୧୮ ମସିହା ଅଗଷ୍ଟ ମାସ ୨୨ ତାରିଖ ଦିନ ସେହି ଗ୍ରାମର ଜନୈକ ନାବାଳିକା ସହିଦ ନଗର କଲେଜରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାଙ୍କ ମୋଟର ସାଇକେଲରେ ତାଙ୍କୁ ଜୋରଜବରଦସ୍ତ ନିଜ ମୋଟର ସାଇକେଲରେ ବସାଇ ଅପହରଣ କରି ନେଇ ତେଲେଙ୍ଗାନାର ଗୋଲକୁଣ୍ଡା ଠାରେ ଅଟକ ରଖି ତାକୁ ଶାରୀରିକ ଯୌନ ନିର୍ଯ୍ୟାତନା ଦେଇଥିଲା.ପୀଡ଼ିତାଙ୍କ ପିତା ଅଭିଯୋଗ କରିବା ପରେ ତିହିଡି ଥାନାରେ ୮୦/୨୦୧୮ କେସ ହୋଇ ଥିଲା ଓ ତଦନ୍ତ ବେଳେ ପୋଲିସ ନାବାଳିକାକୁ ସେଠାରୁ ଉଦ୍ଧାର କରିବା ପରେ ତର ବୟାନକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା. ସେ ପରେ ଜାମିନରେ ଥିଲେ. ଆଜି ମାନ୍ୟବର କୋର୍ଟ ନିଜର ରାୟ ପ୍ରକାଶ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି. ଅଭିଯୁକ୍ତଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମଲା ପରିଚାଳନା କରୁଥିଲେ।