ରାଜ୍ୟ

ନା ବାଳିକାଙ୍କୁ ଅଶାଳୀନ ବ୍ୟବହାର କରିଥିବା ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୫୦୦ ଟଙ୍କା ଜୋରିମାନା।

ଦାମନଯୋଡି ୨୦|୫ (ପି ଏନ୍ )କୋରାପୁଟ ଜିଲ୍ଲା:୨୦୨୧ ମସିହାରେ ଦାମନଯୋଡି ଥାନା ଅଞ୍ଚଳରେ ଘଟିଥିବା ନା ବାଳିକାଙ୍କୁ ଅଶାଳୀନ ଦୁର୍ବ୍ୟବହାର କରିଥିବାର ମୋକଦ୍ଧମାର ବିଚାର କରି ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୩ ଟି ଦସ୍ତାବିଜ କୁ ଭିତ୍ତିକରି ଆଜି ମାନ୍ୟବର ଜୟପୁର ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଦୋଷୀ ସୁରେଶ ଖେମୁଣ୍ଡୁଙ୍କୁ ଆଇପିସି ର ଧାରା ୩୫୪ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦, ୦୦୦ ଟଙ୍କା ଆଇପିସି ଜୋରିମାନା ଆଇପିସି ର ଧାରା ୩୪୧ ରେ ୧ ମାସ ସିମ୍ପଲ ଇମ୍ପ୍ଲିସୋମେଣ୍ଟ ସହ ୫୦୦ ଜୋରିମାନା ପୋସ୍କୋ ଆଇନ୍ ର ଧାରା ୮ ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୯ ମାସ ସଶ୍ରମ କାରାଦଣ୍ଡ ଓ ୫ ଦିନ ସିମ୍ପଲ ଇମ୍ପ୍ଲିସୋମେଣ୍ଟ ଦୋଷୀ। ଆଦାୟ ୩୦,୫୦୦ ଟଙ୍କା ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ ୬|୭|୨୦୨୧ ସନ୍ଧ୍ୟା ସମୟରେ ନା ବାଳିକା ପାଖରେ ଥିବା ପଡିଆକୁ ଶୌଚ ହେବାକୁ ଯାଉଥିବା ସମୟରେ ସୁରେଶ ଖେମୁଣ୍ଡୁ ଅଶାଳୀନ ବ୍ୟବହାର କରି ପାଖରେ ଥିବା ବୁଦା ଆଡକୁ ନେଉ ଥିବା ସମୟରେ ନା ବାଳିକା ପାଟି କରିଥିଲେ, ପାଟି ଶୁଣି ନା ବାଳିକାଙ୍କ ମାଁ ଏବଂ ଅନ୍ୟମାନେ ଘଟଣା ସ୍ଥଳକୁ ଧାଇଁ ଯିବାରୁ ସୁରେଶ ଦୌଡ଼ି ପଳେଇ ଥିଲା । ନା ବାଳିକଙ୍କ ଠାରୁ ଘଟଣା ବିଷୟରେ ଜାଣିବା ପରେ ତାଙ୍କ ମାଁ ଦାମନଯୋଡି ଥାନାରେ ମକଦ୍ଦମା ଦାୟର କରିଥିଲେ । ଦାମନଯୋଡି ଥାନାର ତତ୍କାଳୀନ ଅଧିକାରୀ ଶ୍ରୀ ସମ୍ବିତ କୁମ୍ଭାର ବେହେରା ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ଚାର୍ଜସିଟ ଦାଖଲ କରିଥିଲେ । ଉକ୍ତ ମାମଲାକୁ ସରକାରଙ୍କ ତରଫ ରୁ ସ୍ଵତନ୍ତ୍ର ଓକିଲ ଡ. ଗାୟତ୍ରୀ ଦେବୀ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *