ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଦ୍ଵାରାଅମ୍ଲାବାଟା ଗ୍ରାମରେ ଆଇନ ସଚେତନତା ଶିବିର।

କୋରାପୁଟ ଜିଲ୍ଲା: ଜୟପୁର ୨୦|୫ (ପି ଏନ୍)ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୁଲ୍ୟରେ ତା୨୦-୦୫-୨୦୨୪ ରିଖରେ “କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ହେଲ୍ପଲାଇନ୍ ନଂ.୧୫୧୦୦ ଏବଂ ଅନ୍ୟାନ୍ୟ ସାହାଯ୍ୟ” ସମ୍ପର୍କିତରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଚାରପତି, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ-ତଥା- ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ସୁମନ ଜେନା ଓ ଅମ୍ଲାବାଟା ଗ୍ରାମର ଗ୍ରାମବାସୀଙ୍କୁ ଉପସ୍ଥିତ ଥିଲେ । ଏହା ବ୍ୟତୀତ କଠିନ ବ୍ୟର୍ଜ ବସ୍ତୁ ଏବଂ ତରଳ ବର୍ଜ୍ୟବସ୍ତୁକୁ କିପରି ଅଲଗା ରଖି ତାହାର ନିଷ୍କାସନ କରାଯାଇ ପାରିବ ତାହା ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରୁଥିଲେ ଏବଂ ହେଲ୍ପ ୧୫୧୦୦ ହେଲ୍ପ ଲାଇନ୍ ଏବଂ ଅନ୍ୟାନ୍ୟ ସହାୟତା ବିଷୟରେ ମଧ୍ୟ ପ୍ରକାଶ କରିଥିଲେ । ଏତତ୍ ବ୍ୟତୀତ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟା ସନ୍ତାନର ମହତ୍ଵ, ବାଲ୍ୟ ବିବାହ , ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଅଧିନିୟମ ଉପରେ ଅବଗତ କରିଥିଲେ । ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ଆଈନ ସେବା ପ୍ରାଧିକରଣର ସଚିବ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟଷ୍ଟିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ୧୦ ଗୋଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ।

Leave a Reply

Your email address will not be published. Required fields are marked *