ରାଜ୍ୟ

ସେକ୍ସ ଟେପ୍‌ ମାମଲାରେ ପ୍ରଜ୍ୱାଲ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ ମାସରେ ଏକାଧିକ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି କରିଥିବା ନିଲମ୍ବିତ ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ୱାଲ ରେଭାନ୍ନାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ‘କାରଣ ଦର୍ଶାଅ’ ନୋଟିସ୍‌ ଜାରି କରିଛି।

ଗତ ମାସରେ ସେକ୍ସ ସ୍କାଣ୍ଡଲ ସାମ୍ନାକୁ ଆସିବା ପରେ ଫେରାର ଥିବା ହାସନ ସାଂସଦଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ କେନ୍ଦ୍ର ସରକାର ’କାରଣ ଦର୍ଶାଅ’ ନୋଟିସ୍‌ ଜାରି କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଅନୁରୋଧ ପରେ ଜର୍ମାନୀ ପଳାଇ ଆସିଥିବା ପଳାତକ ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗଣମାଧ୍ୟମ ସହ ଆଲୋଚନା ବେଳେ ରେଭାନ୍ନାଙ୍କ କୂଟନୈତିକ ପାସପୋର୍ଟ ବାତିଲ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇଥିଲେ।
ମେ’ ୨୧ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଠାରୁ ବୈଦେଶିକ ମନ୍ତ୍ରାଳୟ ଏହି ଅନୁରୋଧ ପାଇଥିଲା। ଲୋକମାନେ ଗଣମାଧ୍ୟମକୁ ଅନେକ କଥା କହୁଥିଲେ। ମୁଁ ଜାଣେ ନାହିଁ ଅନ୍ୟ ସରକାର/ରାଜ୍ୟ ସରକାର ମାନେ କିପରି କାର୍ଯ୍ୟ କରନ୍ତି। ଆମେ ବୈଦେଶିକ ମନ୍ତ୍ରାଳୟରେ ଅନ୍ତତଃ ଆଇନ ଅନୁଯାୟୀ କାର୍ଯ୍ୟ କରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

Leave a Reply

Your email address will not be published. Required fields are marked *