୨୦୦୪ରୁ ୨୦୧୪ ମଧ୍ୟରେ ମାତ୍ର ୩୪ ଲକ୍ଷ ଜବତ କରିଥିଲା ଇଡି, କିନ୍ତୁ ୨୦୧୪ ପରେ ୨୨୦୦ କୋଟି ଜବତ ହୋଇଛି : ମୋଦୀ
ନୂଆଦିଲ୍ଲୀ: ଇଡି ଓ ସିବିଆଇ ଉପରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବିପି ନ୍ୟୁଜକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଛୋଟ ଛୋଟ ମାଛ ଫସି ଯାଉଛନ୍ତି, କିନ୍ତୁ ବଡ଼ କୁମ୍ଭୀର ଖସିଯାଉଛି । ଏବେ ମୁଁ ଆଶ୍ଚର୍ଯ୍ୟ ଯେ ମୋତେ ପଚରାଯାଉଛି ଯେ ତୁମେ ବର୍ତ୍ତମାନ ବଡ଼ କୁମ୍ଭୀରକୁ କାହିଁକି ସ୍ପର୍ଶ କରୁଛ ? ମୋଦୀ କହିଛନ୍ତି ଯେ ଇଡି ଏବଂ ସିବିଆଇକୁ ସର୍ବସାଧାରଣରେ ସମ୍ମାନ ଦିଆଯିବା ଉଚିତ୍ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କ୍ୟାମେରା ସାମ୍ନାରେ ନୋଟର ପାହାଡ଼ ଦେଖିବାକୁ ମିଳୁଛି । ଆପଣ ଏହାକୁ କିପରି ମନା କରିପାରିବେ? ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ଇଡି ୩୪ ଲକ୍ଷ ଟଙ୍କା ଜବତ କରିଥିଲା। ୨୦୧୪ରୁ ୨୦୨୪ ମଧ୍ୟରେ ୨୨୦୦ କୋଟି ଟଙ୍କା ଜବତ ହୋଇଛି। ଏବେ ଦେଶ ଦେଖୁଛି ଯେ ଅପରାଧ ହୋଇଛି ।