କେଜ୍ରିୱାଲ ସ୍ୱତନ୍ତ୍ର ଜାମିନରେ ପ୍ରଚାର କରୁଛନ୍ତି, ଭୋଟର ସାମ୍ନାରେ ବଡ଼ ମଦ ବୋତଲ ଦେଖୁଛନ୍ତି: ଅମିତ ଶାହଙ୍କ କଟାକ୍ଷ
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି ଯେ ବିଜେପି ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ଆସନରେ ବହୁମତ ହାସଲ କରିବ। ଆମ୍ ଆଦମୀ ପାର୍ଟି ଏହାର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହେବ ନାହିଁ। ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରି ଶାହ କହିଛନ୍ତି ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ତାଙ୍କୁ ହଇରାଣ କରିବ।ମାର୍ଚ୍ଚ ୨୧ ରେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନ ମଧ୍ୟରେ ୨୧ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ଯାହା ପରେ ଦିଲ୍ଲୀରେ ବିଜେପି ବିରୋଧରେ ବାତାବରଣ ରହିଛି ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଛି। ଏନଡିଟିଭି ସହ ବାର୍ତ୍ତାଳାପ ବେଳେ ଅମିତ ଶାହା କହିଛନ୍ତି, ଯେତେବେଳେ ଲୋକମାନେ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରୁଥିବା ଦେଖିବେ, ସେତେବେଳେ ସେମାନଙ୍କ ସାମ୍ନାରେ ଏକ ବଡ଼ ମଦ ବୋତଲ ଦେଖିବେ।