ଚଳିତ ବର୍ଷ ଓଡ଼ିଶାରେ ରେକର୍ଡ ତାପମାତ୍ରା: ଜଳୁଛି ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରି
ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଆଜି ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ଝାରସୁଗୁଡ଼ାରେ ପାରଦ ୪୭ଡିଗ୍ରିକୁ ଉଠିଛି। ଏଥି ସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିଯେ, ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଝାରସୁଗୁଡ଼ାରେ ୪୮ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଜିର ତାପମାତ୍ରା ଝାରସୁଗୁଡା ଇତିହାସରେ ୬ଷ୍ଠ ଥର ପାଇଁ ଯୁଗ୍ମ ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି।