ରାଜ୍ୟ

ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ : ମିର୍ଜାପୁରରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ୧୩ ସରକାରୀ କର୍ମଚାରୀ ମୃତ

ମିର୍ଜାପୁର: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାର ପ୍ରଭାବ ନିର୍ବାଚନ ଉପରେ ବି ପଡ଼ିଛି ।  ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଶୁକ୍ରବାର ନିର୍ବାଚନ ଡ୍ୟୁଟି ରେ ଥିବା ୧୩ ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ହୋମଗାର୍ଡ ଅଛନ୍ତି । ଆଉ ୨୦ ଜଣ ହୋମଗାର୍ଡଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଶନିବାର ମତଦାନ ପାଇଁ ବିଭିନ୍ନ ଜିଲ୍ଲାରୁ ହୋମଗାର୍ଡମାନେ ନିର୍ବାଚନ ଡ୍ୟୁଟିରେ ଆସିଥିଲେ। ମୃତକ ଜଣକ ପୋଲିଂ ପାର୍ଟିକୁ ଯିବା ପରିବର୍ତ୍ତେ ପଲିଟେକ୍ନିକ୍ ପଡ଼ିଆରେ ପହଞ୍ଚିଥିଲେ। ଅସୁସ୍ଥ ହେବା ପରେ ତାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।ମିର୍ଜାପୁର ମେଡିକାଲ କଲେଜର ପ୍ରିନ୍ସିପାଲ ଆରବି ଲାଲ କହିଛନ୍ତି ଯେ ଆମ ନିକଟକୁ ମୋଟ ୨୩ ଜଣ କର୍ମଚାରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଆଉ ୨ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କର ପ୍ରବଳ ଜ୍ୱର, ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ ଶର୍କରା ସ୍ତର ଥିଲା। ଏଥିରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥିଲା। ସେମନଙ୍କୁ ଏଠାକୁ ଅଣାଯିବା ପୂର୍ବରୁ ସେ ଅଚେତ ହୋଇଯାଇଥିଲେ  ।

Leave a Reply

Your email address will not be published. Required fields are marked *