ରାଜ୍ୟ

ନିର୍ବାଚନ ହିଂସା ନୁହେଁ, ପାରିବାରିକ ମନାନ୍ତର ଘଟଣା୪ ନମ୍ବର ବୁଥ୍ ନିକଟରେ ସ୍ବାମୀର ସ୍ବୀକୁ ହତ୍ୟା

ଭଦ୍ରକ, ତା ୧-୬-୨୪ – ସାଧାରଣ ନିର୍ବାଚନ ୨୦୨୪
ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାରେ ମତଦାନ ଗ୍ରହଣ ଅବସରରେ
ପାରିବାରିକ ମତାନୁର ମନାନ୍ତର ବ୍ୟକ୍ତିଗତ ବିବାଦ ଘଟଣାରୁ
ଏକ ହତ୍ୟା ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ କି ଭଦ୍ରକ
ବିଧାନସଭା ନିର୍ବାଚନମଣ୍ଡଳୀର କାଉପୁରର ମୁକ୍ଳାଡ଼ିହି
ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥ‌ିବା ୪ ନମ୍ବର ବୁଥ୍
ପରିସୀମା ଭିତରେ ସ୍ବାମୀଙ୍କ ଭୁଜାଲି ଚୋଟରେ ସ୍ତ୍ରୀଙ୍କର ମୃତ୍ୟୁ
ଘଟିଛି। ପ୍ରକାଶଯୋଗ୍ୟ କି ଏହା କୌଣସି ନିର୍ବାଚନ ସଂପୃକ୍ତ
ହିଂସା ଘଟଣା ନୁହେଁ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ପୂର୍ବ
ବିବାଦକୁ କେନ୍ଦ୍ରକରି ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିଲା । ପୋଲିସ
ଦ୍ବାରା ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ହତ୍ୟାକାରୀ
ସ୍ଵାମୀକୁ ଉଠାଇ ନିଆଯାଇଛି।

Leave a Reply

Your email address will not be published. Required fields are marked *