ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର
ଅଦ୍ୟ ତା-୨୩.୦୨.୨୦୨୩ ରିଖ ଗୁରୁବାର ସକାଳ ଘ.୯.୩୦ମି ରେ ସ୍ଥାନୀୟ “ଗାନ୍ଧୀ ନଗର ୟୁ.ପି ସ୍କୁଲ” ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ପୋକ୍ସ ଆଇନ ଓ ଏପିଡେମିକ୍ ଆକ୍ଟ ଏବଂ କୋଭିଡ-୧୯ ଉପରେ ସରକାରଙ୍କ ନିୟମାବଳୀ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ପୋକ୍ସ ଆଇନ ଓ ଏପିଡେମିକ୍ ଆକ୍ଟ ଏବଂ କୋଭିଡ-୧୯ ଉପରେ ସରକାରଙ୍କ ନିୟମାବଳୀ ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ଅତିରିକ୍ତ ଜିଲ୍ଳା ମେଡିକାଲ ଅଫିସର ଡକ୍ଟର ଶ୍ରୀ ବି.ଲକ୍ଷ୍ମିନାରାୟଣ ପୁଷ୍ଟି, ରାୟଗଡା ଜିଲ୍ଳାର ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ଶ୍ରୀମତି ରଞ୍ଜିତା ବେହେରା, ରାୟଗଡା ପୋଲିସ ଷ୍ଟେସନ ର ଅତିରିକ୍ତ ଥାନା ଅଧିକାରୀ କଳ୍ପନା ବେହେରା, ଫ୍ରଣ୍ଟ ଅଫିସ ରିଟେନର ସୀତାରାମ ପଣ୍ଡା, ଗାନ୍ଧୀ ନଗର ୟୁ.ପି ସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ବୃନ୍ଦ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ଉପସ୍ଥିତ ଥିବା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ ମୁଖ୍ୟ ବକ୍ତା ଭାବରେ ନିଜର ବକ୍ତବ୍ୟରେ ପୋକ୍ସ ଆଇନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ଏଥି ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ମହାମାରୀ କରୋନା ସଂକ୍ରମଣ ର ନିୟମ ଓ ଏଥି ପାଇ ସରକାରଙ୍କ ଦ୍ବାରା ଜାରୀ ନିୟମାବଳୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା କବଳରୁ କିପରି ନିଜକୁ ମୁକ୍ତ ରଖିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇପାରିବା ସେ ବିଷୟରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ନଗର ୟୁ.ପି ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି