ନବ ଦାସ ହତ୍ୟା ଘଟଣା: କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ ଏମିତି ବିବୃତ୍ତି ରଖିଲେ ତିନି ଦଳର ନେତା
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଜେଡି ବିଧାୟକ ନିଜ ନିଜର ବିବୃତ୍ତି ରଖିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବ କହିଛନ୍ତି, ପ୍ରତ୍ୟେକ ହତ୍ୟାର ଗୋଟେ କାରଣ ଓ ଉଦ୍ଦେଶ୍ୟ ଥାଏ। କୌଣସି ବି ହତ୍ୟା ବିନା କାରଣରେ ହୁଏନି। ଗତ ୨୯ ତାରିଖରେ ନବ ଦାସଙ୍କ ହତ୍ୟାକାଣ୍ଡ ଜଣେ ପୁଲିସ ଅଧିକାରୀଙ୍କ ଦ୍ଵାରା ହେଲା ବୋଲି ଆମେ ଜାଣିଛୁ। କିନ୍ତୁ ଅନେକ ରହସ୍ୟ ଏଥିରେ ରହୁଛି। ଯେଉଁ ଭଳି ତାଙ୍କୁ ଗୁଳି କରାଯାଇଛି ସେଠି ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ନାଟକୀୟ ଢଂଗରେ ତାଙ୍କୁ ଭୁବନେଶ୍ୱରକୁ ଅଣଗଲା। ସେଠିକାର ଏସ୍ପି ସେହି ସମୟରେ କାହା ସହ କଥା ହେଉଥିଲେ। କାହା ନିର୍ଦ୍ଦେଶରେ ନବଙ୍କୁ ଭୁବନେଶ୍ୱର ଅଣାଗଲା ତାହା ତଦନ୍ତ ହେବା କଥା। ଯଦି ବଞ୍ଚିଥିଲେ ଝାରସୁଗୁଡ଼ାରେ କାହିଁକି ତାଙ୍କୁ ରକ୍ତ ଆଉ ସାଲାଇନ ଦିଆଗଲା ନାହିଁ। କିପରି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ତାଙ୍କୁ ହାତ ଯୋଡି ନମସ୍କାର କଲେ।
ଭୁବନେଶ୍ୱରରେ ଆପୋଲ ହସ୍ପିଟାଲରେ ହୋଇଥିବା ଇସିଜି ରିପୋର୍ଟକୁ ସାର୍ବଜନୀନ କରାଯାଉ। ମୃତ ବ୍ୟକ୍ତିର ଅସ୍ତ୍ରୋପଚାର ହେଲା। ତାଙ୍କୁ ଆଇ ସିୟୁରେ ଭର୍ତ୍ତି କରାଗଲା ଆଉ ମୃତ୍ୟୁର ସମୟକୁ ଗଡେଇ ଦିଆଗଲା। ଗୋପାଳ ପାଗଳ ବୋଲି ପୁଲିସ କାହିଁକି ବାରମ୍ବାର କହିଲା ତାହା ସନ୍ଦେହ ବଢଉଛି। ମୁଖ୍ୟମନ୍ତ୍ରୀ କହିଲେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସିଆରି ତଦନ୍ତ ହେଉଛି ତାହା ସମ୍ପୂର୍ଣ୍ଣ ମିଛ। ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସାରି ତଦନ୍ତ ହେଉଛି ତାହାର ନାମ କାଗଜକୁ ଗୃହରେ ରଖନ୍ତୁ। କ୍ରାଇମବ୍ରାଞ୍ଚର ତଦନ୍ତ ସମ୍ପୂର୍ଣ୍ଣ ସନ୍ଦେହଜନକ ଓ ଦିଗହରା। ଆମେ ଷଡ଼ଯନ୍ତ୍ର କଥା କହୁଛୁ, ସିବିଆଇକୁ ଦେବା କଥା କହୁଛୁ। ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କେଉଁଠି ଷଡ଼ଯନ୍ତ୍ର କଥା କହିଲେନି କିନ୍ତୁ ତାଙ୍କର ମନ୍ତ୍ରୀ ବିରୋଧୀ ଦଳ ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଷଡ଼ଯନ୍ତ୍ର କଥା କହିଲେ। ତେବେ ଆମେ କହୁଛୁ ଯଦି ସନ୍ଦେହ ହେଉଛି ତେବେ ଆମକୁ ବି ତଦନ୍ତ ପରିସରଭୁକ୍ତ କରଯାଉ।