ମୋଦୀ କ୍ୟାବିନେଟ୍: ଧର୍ମେନ୍ଦ୍ରଙ୍କ ପରେ ଶପଥ ନେଲେ ଜୁଏଲ୍ ଓରାମ, ଅଶ୍ବିନୀ ବୈଷ୍ଣବ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ ଆରମ୍ଭ ହୋଇଯାଇଛି। ମୋଦୀଙ୍କ ଏହି ପାଳିରେ ମଧ୍ୟ ଓଡ଼ିଶାର ସାଂସଦଙ୍କୁ ଗୁରୁତ୍ବ ଦିଆଯାଇଛି। ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଜୁଏଲ ଓରାମ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।ମୋଦୀଙ୍କ ତୃତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡ଼କରୀ, ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଡ. ସୁବ୍ରମଣ୍ୟମ୍ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍ଡି କୁମାର ସ୍ବାମୀ, ପୀୟୂଷ ଗୋୟଲ, ଜୀତନ ରାମ ମାଂଝୀ, ରାଜୀବ ରଂଜନ ସିଂହ (ଲଲନ ସିଂହ), ସର୍ବାନନ୍ଦ ସୋନୱାଲ, ଧୀରେନ୍ଦ୍ର କୁମାର, କେ ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଗିରିରାଜ ସିଂହ, ଜ୍ୟୋତିରାଦିତ୍ୟ ମାଧବରାଓ, ଭୁପେନ୍ଦ୍ର ଯାଦବ ସିନ୍ଧିଆ, ଗଜେନ୍ଦ୍ର ସିଂହ ଶେଖାୱତ୍, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ, ଗଙ୍ଗାପୁରମ କିଶନ ରେଡ୍ଡୀ, ଚିରାଗ ପାସୱାନ, ସି ଆର ପାଟିଲ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।