ବୟସ୍କା ବୃଦ୍ଧାଙ୍କୁ ମିଳିତ ଭାବେ ଆକ୍ରମଣ ଏସପିଙ୍କୁ ଭେଟିଲେ ପୀଡିତା
ଭଦ୍ରକ :୧୦/୦୬:- ଜମି ବାଡ଼ି ବିବାଦ ରୁ ମହାଭାରତ |ପ୍ରଥମେ ବାକ ଯୁଦ୍ଧ ଓ ପରେ ବୃଦ୍ଧାଙ୍କୁ ମିଳିତ ଭାବେ ଗୋଟିଏ ପରିବାର ର ଅନେକ ସଦସ୍ୟ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧା ଜଣକ |ସୂଚନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ନଳାଙ୍ଗ ଗ୍ରାମର ଅଭୟ ନାୟକଙ୍କ ସ୍ତ୍ରୀ ମାଳତୀ ନାୟକ ଙ୍କ ସାଙ୍ଗରେ ସେହି ଗ୍ରାମର ଅଜୟ ନାୟକଙ୍କ ପରିବାର ସାଙ୍ଗରେ ଜମିବାଡ଼ି ବିବାଦ ଲାଗିରହିଥିଲା କିନ୍ତୁ ମାଳତୀ ତାଙ୍କ ସପକ୍ଷରେ କୋର୍ଟ ରୁ ଡ଼ିକ୍ରି ପାଇଥିବା ବେଳେ ଗତ ମାସ ୯ ତାରିଖ ରାତିରେ ଅଜୟ ନାୟକ ଙ୍କ ପରିବାର ମାଳତୀ ଡିକ୍ରି ପାଇଥିବା ଜାଗା ଉପରେ ବେଆଇନ ଭାବେ ଡିଜେ ଗାଡି ଓ ଅନ୍ୟାନ୍ୟା ଗାଡି ରଖି ବଜାଉଥିବା ବେଳେ ବିରୋଧ କରିଥିଲେ ମାଳତୀ ଯେହେତୁ ମାଳତୀ ଜଣେ ହୃଦରୋଗୀ ତେଣୁ ମାଳତୀ ମଧ୍ୟ ଅନୁରୋଧ କରିଥିଲେ ଡିଜେ ନବଜାଇବା ପାଇଁ କିନ୍ତୁ ତାଙ୍କ କଥା ଶୁଣି ନଥିଲେ ଅଜୟ ଙ୍କ ପରିବାର ବରଂ ଅଜୟ ନାୟକ ଙ୍କ ପରିବାର ମହିଳା ମାନେ ଆସି ମାଳତୀ ଙ୍କୁ ପ୍ରଥମେ ଧମାକାଇବା ସହ ଶେଷରେ ସମସ୍ତେ ମିଶି ମାଳତୀ ଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ମାଳତୀ ଏମିତିକି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ମରଣାସ୍ତ୍ରରେ ମାଳତୀ ଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ |ତେବେ ଘଟଣା ସ୍ଥଳରେ ମାଳତୀ ଙ୍କ ପୁତ୍ର ପହଂଚିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ |
ଘଟଣା ସ୍ଥଳରୁ ମାଳତୀ ଓ ତାଙ୍କ ପୁଅକୁ ଗ୍ରାମବାସୀ ଉଦ୍ଧାରକରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ, ମାଳତୀ ଙ୍କ ମୁଣ୍ଡ ଓ ଦେହରେ ଆଘାତ ହୋଇଥିବା ବେଳେ ତାଙ୍କ ପୁଅ ମଧ୍ୟ ଆକ୍ରମଣ ର ଶିକାର ହୋଇଛନ୍ତି ଏବଂ ଏ ବାବଦରେ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ଏକମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଙ୍କ ଉପରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ତେଣୁ ପୀଡିତା ମାଳତୀ ଓ ତାଙ୍କ ପୁଅ ଆସି ଏସପିଙ୍କୁ ଭେଟି ଅଭିଯୁକ୍ତ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି କାରଣ ଅଭିଯୁକ୍ତ ମାନେ ଅପରାଧ କରି ମଧ୍ୟ ନିର୍ଭୟ ରେ ବୁଲିବା ଓ ମାଳତୀ ଙ୍କ ପରିବାର କୁ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି ତେଣୁ ମାଳତୀ ଙ୍କ ପରିବାର ପ୍ରତି ବିପଦ ଥିବାରୁ ଏସପିଙ୍କୁ ଗୁହାରି କରିଛନ୍ତି ଏସପି ମଧ୍ୟ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ସହ ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଅବଗତ କରାଇଛନ୍ତି |