ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୋଦୀଙ୍କୁ ଆଲିଙ୍ଗନ କଲେ ନାଇଡୁ
ବିଜୟୱାଡା: ଆଜି ସକାଳେ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଚନ୍ଦ୍ରବାବୁ ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏକ ବିଶେଷ ମୁହୂର୍ତ୍ତ ବିତାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।ତାଙ୍କ ଶପଥ ଗ୍ରହଣ ପରେ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଯାଇଥିଲେ ଉଭୟ ଉଭୟଙ୍କୁ ଏକ କଡ଼ା ଆଲିଙ୍ଗନ (ଟାଇଟ୍ ହଗ୍) କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଶପଥ ଗ୍ରହଣ ସମାରୋହରେ ଅମିତ ଶାହା, ନିତିନ ଗଡକରୀ ଏବଂ ଜେପି ନଡ୍ଡାଙ୍କ ସହ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀ ଯୋଗ ଦେଇଥିଲେ।
ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ଏବଂ ତେଲୁଗୁ ତାରକା ପୱନ କଲ୍ୟାଣଙ୍କ ନେତୃତ୍ବାଧୀନ ଜନସେନା ସହ ମେଣ୍ଟ କରି ବିଜେପି ନିର୍ବାଚନରେ ଲଢ଼ିଥିଲା। ଆଜି ସକାଳେ ପବନ କଲ୍ୟାଣ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
କିିଛି ମାସ ତଳେ ଚନ୍ଦ୍ରବାବୁ ନାଇଡୁ ଇଡି ଦ୍ବାରା ଗିରଫ ହୋଇ ସେ ଜେଲ୍ରେ ଥିଲେ। ତାଙ୍କୁ ଜାମିନ ମିଳିବା ପରେ ନାଇଡୁ ଟିଡିପିର ନେତୃତ୍ବ ନେଇ ବିଜେପି ଓ ଜନସେନା ମେଣ୍ଟ ସହ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ।
ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମେତ ୨୩ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।