ରାଜ୍ୟ

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି ବଦଳିଲା

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ନୂଆ ନିର୍ଦ୍ଦେଶନାମା ମୁତାବକ, ସରକାରୀ ଅଧିକାରୀଙ୍କୁ ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳେ କିନ୍ତୁ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିପାରେ। ଖାଲି ସେତିକି ନୁହେଁ, ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡ଼ିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର।ସୂଚନାଯୋଗ୍ୟ, ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ଛୁଟି ବାତିଲ୍ କରାଯାଇଥିଲା। ସରକାରୀ ଅଧିକାରୀମାନେ ହେଡକ୍ୱାର୍ଟର ନ ଛାଡ଼ିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ବୋଲି କୁହାଯାଉଥିଲା। ହେଲେ ଆଜି କିନ୍ତୁ ଏହି ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହିତ ଛୁଟି ବାତିଲ ନିଷ୍ପତ୍ତିକୁ ବଦଳାଯାଇଛି।

Leave a Reply

Your email address will not be published. Required fields are marked *