ପରିଚୟ ୨୦୨୩, ସେବା ଏବଂ ସମର୍ପଣ ହିଁ ଆୟୁର୍ବେଦର ଅବଦାନ: ଅଧକ୍ଷ
ବ୍ରହ୍ମପୁର: କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ତଥା ଚିକିତ୍ସାଳୟ ଆଙ୍କୁଶପୁରର ନୂତନ ଶିକ୍ଷା ବର୍ଷରେ ପ୍ରବେଶ ଛାତ୍ର ଛାତ୍ରୀଙ୍କର ସ୍ୱାଗତ ତଥା ସମ୍ବର୍ଦ୍ଧନା ଉତ୍ସବ ପରିଚୟ ୨୦୨୩ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆଙ୍କର ପୌରହିତତ୍ୱରେ ମୁଖ୍ୟ ଅତିଥି ଭାବରେ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପଲ୍ଲବୀ ସ୍ୱାଇଁ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ବିମଳ କୁମାର ପଣ୍ଡା ନୂତନ ଭାବରେ ଆୟୁର୍ବେଦ ଶିକ୍ଷା ପାଇଁ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆୟୁର୍ବେଦ ଏବଂ ଏହି ଅନୁଷ୍ଠାନର ପୂର୍ବ ଗାରିମା କଥା ତଥା କବିରାଜ ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଅଧକ୍ଷ ଶ୍ରୀ ଖୁଣ୍ଟିଆ ସମର୍ପଣ ଏବଂ ଏକ ନିଷ୍ଠ ସେବା ହିଁ ଆୟୁର୍ବେଦର ଉଦେଶ୍ୟ ବୋଲି ନୂତନ ଛାତ୍ରଛାତ୍ରୀଙ୍କୁ ନିଜର ସାରଗର୍ଭକ ମତରେ ନିଜର ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଇଁ ଆୟୁର୍ବେଦ ଶିକ୍ଷା ସର୍ବ ପୁରାତନ ଏବଂ ଏହି ଶିକ୍ଷାରେ ନିଜକୁ ଦୀକ୍ଷିତ କରି ସମାଜ ପ୍ରତି ଜଣେ ଦଇତ୍ୱବାନ ନାଗରିକ ସାଜି ଏହାର ପ୍ରଚାର ପ୍ରସାର କରିବା ପାଇଁ ମତ ପ୍ରକାଶ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ ଡା. ସ୍ୱପ୍ନା ସ୍ୱୟଂପ୍ରଭା ସଞ୍ଚାଳନ କରିଥିବା ବେଳେ ଡା. ଶିବ ପ୍ରସାଦ ନୂତନ ଛାତ୍ର ଛାତ୍ରୀଙ୍କ ଆୟୁର୍ବେଦ ଗବେଷଣା ଓ ଚିକିତ୍ସାର ଭବିଷ୍ୟତକୁ ନେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଛାତ୍ର ସଂସଦର ଉପଦେଷ୍ଟା ପ୍ରଫେସର ଡା. ଭବାନୀ ପ୍ରସାଦ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ କରିଥିବା ବେଳେ ଡା. ବିରୂପାକ୍ଷ ସାହୁ, ଡା. ହରଶ୍ମିତା ସାହୁ, ଡା. ସାବିତ୍ରୀ ପତିଙ୍କୁ ଚଳିତ ଅନ୍ତିମ ଶିକ୍ଷା ବର୍ଷରେ ସର୍ବଶ୍ରେଷ୍ଠ ଅଙ୍କ ରଖିଥିବା ଯୋଗୁଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡା. ଅଶ୍ୱିନୀ ସାହୁଙ୍କ ତତ୍ୱବାଧାନରେ ଅନୁଷ୍ଠାନର କ୍ୟାଲେଣ୍ଡର ଏବଂ ଡା. ଶିବ ପ୍ରସାଦଙ୍କର ନିର୍ଦ୍ଦେଶନାରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇ ପ୍ରଦର୍ଶିତ ହୋଇଯାଇଛି। ଦୁଇ ଦିନିଆ ବିଶିଷ୍ଠ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ସନ୍ଧ୍ୟାରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡା. ନିବେଦିତା, ଡା. ବିଭୁ ପ୍ରସାଦ ନାୟକ, ଡା. ଘସିରାମ ସାହୁ, ଡା. ସୁବ୍ରତ ଓଝା, ଡା. ସ୍ଥିତପ୍ରଜ୍ଞା ବିଶ୍ୱାଳ, ଡା. ଅଂଶୁମାନ ବିଶ୍ୱାଳ, ଡା. ବିପିନ ବିହାରୀ ସାହୁଙ୍କ ସମେତ ଛାତ୍ର ସଂସଦର ସଭାପତି ବିଶ୍ବମ୍ବର ଖୁଣ୍ଟିଆ, ସମ୍ପାଦକ ପ୍ରତୀକ ନନ୍ଦ, ଆଶୀର୍ବାଦ ମୁନି, ହିତେଶ ଶ୍ରେତୁ ପ୍ରଧାନ, ସତ୍ୟଜିତ, ଆରଂଶିକା ଭୋଇ, ସୁଭସ୍ମିତା, ସୁନୀଲ ଜେନା ସ୍ୱାଗତ ଦତ୍ତ, ସରଫରାଜ ଖାଁ, ଚନ୍ଦନ ପଲାଇ ଶିଭାଙ୍ଗି ସାହୁ ପ୍ରମୁଖ ସହଯୋଗ କରିଥିଲେ।