ପ୍ରଲୋଭନ ଓ ପ୍ରତାରଣାର ନିର୍ଵାଚନୀ ଵଜେଟ: ସିପିଆଇ
ଭୁଵନେଶ୍ଵର:ତା୨୪/୨: ଆଗାମୀ ନିର୍ଵାଚନକୁ ଆଖି ଆଗରେ ରଖି ପ୍ରଲୋଭନ ଓ ପ୍ରତାରଣାର ଵଜେଟ ଉପସ୍ଥାପିତ ହୋଇ ଅଛି। ଆଜି ଓଡିଶା ଵିଧାନ ସଭାରେ ରାଜ୍ଯ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଆଗତ ଏହି କୃଷି ଵଜେଟରେ ଚାଷୀମାନଙ୍କୁ କେରଳ ଓ ଛତୀଶଗଡ଼ ସରକାରଙ୍କ ଭଳି ଧାନ କୁଇଣ୍ଟାଲ ପ୍ରତି ଅତିରିକ୍ତ ଟ୮୦୦/- ଟଙ୍କାର ଵୋନସ ଦେଵାର ଵ୍ଯଵସ୍ଥା ନାହିଁ।ଶିଳ୍ପାୟନ, ଅଣୁ,କ୍ଷୁଦ୍ର,ମଧ୍ଯମ ଓ କୁଟୀର ଶିଳ୍ପ ପ୍ରତି ଵଜେଟରେ ଚରମ ଅଵେହେଳା କରାଯାଇଥିବାରୁ ଏହା ଯୁଵ ସମାଜ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିଵ ନାହିଁ।ଜନଜାତିର ଜୀଵିକା ପାଇଁ ଯେଉଁ ୧୨୦କୋଟି ଟଙ୍କା ଵରାଦ କରାଯାଇଛି ତାହା କେତେ ଜଣ ଆଦିଵାସୀଙ୍କ ପାଇଁ ଜୀଵିକା ସୃଷ୍ଟି କରିଵ ତାହା ପ୍ରଶ୍ନଵାଚୀ।ଆଗାମୀ ଦିନରେ ସ୍ଵାସ୍ଥ୍ଯ ଓ ଶିକ୍ଷା ଵ୍ଯଵସ୍ଥାର ଯେଉଁ ଗୋଲାପୀ ଚିତ୍ର ଅଙ୍କାଯାଇଛି,ତାହା ରାଜ୍ଯଵାସୀଙ୍କୁ ଭଣ୍ଡେଇଵା ପାଇଁ ଉଦ୍ଦିଷ୍ଟ। ରାଜ୍ଯରୁ ଲକ୍ଷ ଲକ୍ଷ ଓଡିଆ ଯୁଵକ ଯୁଵତୀ ଦାଦନ ପାଇଁ ରାଜ୍ଯ ଵାହାରକୁ ଯାଇ ଶୋଷଣର ଶୀକାରହେଉଥିଵା ଵେଳେ ଵଜେଟ ଵରାଦ ସମୂଦ୍ରକୁ ଶଙ୍ଖେ ଭଳି ଅର୍ଥ କ’ଣ ତାକୁ ରୋକି ପାରିଵ ? ଵୋଲି ସିପିଆଇ ରାଜ୍ଯ ସମ୍ପାଦକ ଅଭୟ ସାହୁ ମତଵ୍ଯକ୍ତ କରିଛନ୍ତି।