ରାଜ୍ୟ

ଆସନ୍ତାକାଲିଠୁ ପାଠ ପଢ଼ିବାକୁ ଯିବେ ପିଲା, ଏହିସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲି ଠାରୁ କିଛି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହା କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଯେ, ଯେଉଁଠି ପାଗ ଅନୁକୂଳ ଥିବ, ‌ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ବିଦ୍ୟାଳୟ ଖୋଲାଯାଇପାରିବ। ଆସନ୍ତା ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଅନ୍ୟପଟରେ ଜିଲ୍ଲାର ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ।ଗ୍ରୀଷ୍ମ ଲହରି ଜାରି ଥିବାରୁ ଗଞ୍ଜାମ, ଭଦ୍ରକ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି। ଅର୍ଥାତ ଜୁନ୍‌ ୧୮ରୁ ଏହି ୪ ଜିଲ୍ଲାରେ ସ୍କୁଲ ଖୋଲିବ ନାହିଁ। ଏଠାକାର ଜିଲ୍ଲାପାଳମାନେ ୨୦ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ୱରରେ ଆସନ୍ତାକାଲି ଦିନକ ପାଇଁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *