ରାଜ୍ୟ

ଖୁବଶୀଘ୍ର ଜମ୍ମୁ ଓ କଶ୍ମୀର ଫେରିପାଇବ ରାଜ୍ୟ ମାନ୍ୟତା : ମୋଦୀ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓ ଶୁକ୍ରବାର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଗସ୍ତରେ ଅଛନ୍ତି। ଗୁରୁବାର ଶ୍ରୀନଗରସ୍ଥିତ ଶେର-ଏ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି। ଜମ୍ମୁ-କଶ୍ମୀର ଖୁବଶୀଘ୍ର ଏକ ରାଜ୍ୟ ଭାବେ କାମ କରିବ ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଜମ୍ମୁ-କଶ୍ମୀରର ଝିଅ ଏବଂ ଦୁର୍ବଳ ବର୍ଗର ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଆସୁଥିଲେ। ସବକା ସାଥ, ସବକା ବିକାଶ ର ମନ୍ତ୍ର କୁ ଅନୁସରଣ କରି ଆମ ସରକାର ସମସ୍ତଙ୍କୁ ଅଧିକାର ଓ ସୁଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆସୁଥିବା ଏହି ପରିବର୍ତ୍ତନ ଗତ ୧୦ ବର୍ଷର ଆମ ସରକାରଙ୍କ ପ୍ରୟାସର ଫଳ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆଜି ପ୍ରକୃତରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଛି କାରଣ ସମସ୍ତଙ୍କୁ ବିଭାଜିତ କରୁଥିବା ଧାରା ୩୭୦ର କାନ୍ଥ ଏବେ ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ ଯେ ୨୦୧୯ର ଧାରା ୩୭୦ ପ୍ରତ୍ୟାହାର ସହ ଜମ୍ମୁ ଓ କଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *