ନୟାପଲ୍ଲିସ୍ଥିତ ମହର୍ଷି ପବ୍ଲିକସ୍କୁଲ ଖେଳପଡ଼ିଆ ଭିତର ଘର ଦୃର୍ବୁତଙ୍କ ଦ୍ୱାରା ପୋଡ଼ାଜଳା ଓ ଭଙ୍ଗାରୁଜା
ଭୁବନେଶ୍ୱର: ଗତ ତା ୨୩.୨.୨୩ରିଖ ମଧ୍ୟାହ୍ନରେ ଯୁଗଳ କିଶୋର ବେହେରା ନାମକ ବ୍ୟକ୍ତି କିଛି ଲୋକଙ୍କୁ ଧରି ତାରବାଡ଼ ଭାଙ୍ଗି ନୟାପଲ୍ଲିସ୍ଥିତ ମହର୍ଷି ପବ୍ଲିକ ସ୍କୁଲ ଖେଳପଡ଼ିଆ ଭିତରେ ଥିବା ଘର ଓ ପିଲାମାନଙ୍କ ଖେଳ ଉପକରଣ, ସ୍କୁଲ ସାଇନ୍ ବୋଡର଼୍ ଭଙ୍ଗାରୁଜା ଓ ପୋଡ଼ାଜ୍ୱଳା କରିଛନ୍ତି । ଖବର ପାଇ ସ୍କୁଲର ସମ୍ପାଦିକା ଶ୍ରୀମତୀ ହେନା ମହାପାତ୍ର ସେଠାରେ ପହଞ୍ôଚ ଉପସ୍ଥିତ ଥିବା ଯୁଗଳ କିଶୋର ବେହେରାଙ୍କୁ ପଚାରିବାରୁ ଏସ.ଡ଼ି.ଓ. ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଏହା ସେ କରିଥିବାର କହିଥିଲେ । ସୂଚନାଯୋଗ୍ୟ ୨୦୦୨-୦୩ ମସିହାରୁ ନୟାପଲ୍ଲୀର ଏନ-୩, ବି-୧୪/୧୫ ଠାରେ ମହର୍ଷି ପବ୍ଲିକ ସ୍କୁଲ ଚାଲି ଆସୁଥିଲା । ଏହାର ସଂଲଗ୍ନ ଖେଳ ପଡ଼ିଆଡଟି ସ୍କୁଲ ଦଖଲରେ ରହିଅଛି ଏବଂ ଏହା ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖେଳପଡ଼ିଆ ତଥା ଭଣ୍ଡାର ଘର ଭାବେ ବ୍ୟବହୃତ ହେଉଅଛି । କିନ୍ତୁ ମହାମାରୀ କରୋନାର ଅବ୍ୟବହିତ ପୂର୍ବରୁ ମହର୍ଷି ପବ୍ଲିକ ସ୍କୁଲ ଏନ-୪, ଏଫ-୨୪କୁ ସ୍ଥାନାନ୍ତରିତ ହୋଇଅଛି । ଏଠାରେ ପ୍ରକାଶଥାଉକି ବିଦ୍ୟାଳୟର ପ୍ରତିଷ୍ଠା ପୂର୍ବରୁ ଆପାତତଃ ୩୦ ବର୍ଷରୁ ଉଦ୍ଧ୍ୱର୍ ହେବ ଏହି ଜାଗାଟି ଆମ ଦଖଲରେ ଥାଇ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଆସୁଅଛି । ତାରବାଡ଼ ଭାଙ୍ଗି ଖେଳପଡ଼ିଆ ଭିତରେ ଥିବା ଦୁଇଗୋଟି କୋଠରୀ ଓ ସେଠାରେ ଲଗାଯାଇଥିବା ସାଇନ୍ ବୋଡର଼୍ ସହିତ ଖେଳ ପଡ଼ିଆ ଲଗାଯାଇଥିବା ପିଲାମାନଙ୍କ ଖେଳ ଉପକରଣକୁ ନେଇଯାଇଛନ୍ତି । ଖବର ପାଇ ମୁଁ ସେଠାରେ ପହଞ୍ôଚ ଉପସ୍ଥିତ ଥିବା ଯୁଗଳ କିଶୋର ବେହେରାଙ୍କୁ ପଚାରିବାରୁ ଏସ.ଡ଼ି.ଓ ପାଣିଗ୍ରାହୀ ବାବୁଙ୍କ ନିର୍ଦ୍ଦେଶରେ ଏହା ଭଙ୍ଗା ଯାଉଥିବା ସେ କହିଲେ । ଏ ନେଇ ନୟାପଲ୍ଳି ଥାନାରେ ସ୍କୁଲ ସମ୍ପାଦିକା ଶ୍ରୀମତୀ ହେନା ମହାପାତ୍ରଙ୍କ ଦ୍ୱାରା ଦାୟର କରାଯାଇଥିବା ଏତଲାରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ସାହୁ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧକରିଛନ୍ତି ।