ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ମନୋଜ ତିୱାରୀ
ନୂଆଦିଲ୍ଲୀ: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସଂସଦରେ ଉପସ୍ଥାପିତ ଜରୁରୀକାଳୀନ ପ୍ରସ୍ତାବକୁ ନେଇ ଓମ ବିର୍ଲା କଂଗ୍ରେସକୁ ଟାର୍ଗେଟ କରିଥିଲେ ଏବଂ ସମସ୍ତେ ଦୁଇ ମିନିଟ୍ ନୀରବ ରହିଥିଲେ। ବିରୋଧୀ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିଥିଲେ। ସଂସଦ ବାହାରେ ବିଜେପି ସାଂସଦ ମନୋଜ ତିୱାରୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।୧୦ ବର୍ଷ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା କରିଛି। ଏହା ଉପରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଆପଣ କାହିଁକି ମନେ ପକାଉ ନାହାନ୍ତି? ମୁଁ କଂଗ୍ରେସକୁ ପଚାରିବାକୁ ଚାହେଁ ସଂସଦ ଭିତରେ ଜରୁରୀକାଳୀନ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ କଂଗ୍ରେସ ସଦସ୍ୟମାନେ କାହିଁକି ହଙ୍ଗାମା ସୃଷ୍ଟି କରୁଥିଲେ? ଆପତ୍ତିଜନକ ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀ ଅନ୍ଧ କି ବଧିର କି ଅଶିକ୍ଷିତ କି ବୋଲି ସେ ପ୍ରଶ୍ନ କରିଛନ୍ତି