ରାଜ୍ୟ

ଗୁଏନାରେ ହେଉଛି ପ୍ରବଳ ବର୍ଷା, ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚକୁ ନେଇ ଆଶଙ୍କା

ଗୁଏନା : ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପର ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଏହି ମ୍ୟାଚ୍ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଲୋକଙ୍କ ଏହି ଉତ୍ସାହ ନିରାଶାରେ ପରିଣତ ହେବାକୁ ଯାଉଛି, କାରଣ ଗୁଏନାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି

ଗୁୟାନାରେ ମ୍ୟାଚ୍ ପୂର୍ବରୁ ବର୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ଗୁୟାନାରେ ବର୍ଷା ହେଉଥିଲା, ଏବେ ମ୍ୟାଚ୍ ପୂର୍ବରୁ ପ୍ରବଳ ବର୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହା କ୍ରିକେଟପ୍ରେମୀଙ୍କୁ ଚିନ୍ତାରେ ପକାଇଦେଇଛି ।

ଗୁୟାନାରେ ବର୍ଷାର ଯେଉଁ ଭଳି ଭିଡିଓ ସାମ୍ନାକୁ ଆସୁଛି, ପଡ଼ିଆର ସ୍ଥିତି ଦେଖିଲେ ଲାଗୁଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ରଦ୍ଦ ହୋଇପାରେ। ତେବେ ଆଇସିସି ନିୟମ ଅନୁଯାୟୀ ବର୍ଷା କିମ୍ବା ମ୍ୟାଚ୍ ବାତିଲ ହେବା ଭାରତୀୟ ପ୍ରଶଂସକଙ୍କ ପାଇଁ ସେତେଟା ନିରାଶ ହେବାର କାରଣ ନାହିଁ । ମ୍ୟାଚ ରଦ୍ଦ ହେବା କ୍ଷେତ୍ରରେ ଭାରତ ଫାଇନାଲକୁ ଯିବ । କାରଣ ଆଇସିସିର ନିୟମ ଅନୁସାରେ ଟିମ ଇଣ୍ଡିଆ ସୁପର-୮ ପର୍ଯ୍ୟାୟରେ ଟେବୁଲ ଶୀର୍ଷରେ ଥିଲା ।

Leave a Reply

Your email address will not be published. Required fields are marked *