ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ:– ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ:– ମନମୋହନ ସାମଲ
ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନେ ପକାଇ କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ପ୍ରଧାନମନ୍ତ୍ରୀ
ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ “ମନ୍ କି ବାତ୍” କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ
“ମନ କି ବାତ୍”କାର୍ଯ୍ୟକ୍ରମର ଲୋକପ୍ରିୟତା ସାରା ବିଶ୍ୱରେ ରହିଛି
ଭୁବନେଶ୍ୱର, — ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ “ମନ୍ କି ବାତ୍” ରେଡିଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ ତାଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଭୁବନେଶ୍ୱରର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ କାର୍ଯ୍ୟକ୍ରମ”କୁ ବିଜେପିର ରାଜ୍ୟ ନେତୃମଣ୍ଡଳୀ ଶୁଣିଥିଲେ । ଦେଶବାସୀ ଗତ ଫେବୃୟାରୀରୁ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲେ । ଆଜିର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏଥିସହ ନମୋ ଆପ୍ କିମ୍ବା ୧୮୦୦୧୧୭୮୦୦ରେ ମେସେଜ୍ କରି ତାଙ୍କ ରେଡିଓ ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମଥର ପାଇଁ ମାସିକ ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ଏଥିରେ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିଛନ୍ତି ।
ଶ୍ରୀ ସାମଲ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଶ ତଥା ସାରା ବିଶ୍ୱରେ ରହିଛି । ଜଣେ ସାଧାରଣ ଲୋକଟି ନିଜର ଅସାଧାରଣ କାର୍ଯ୍ୟ ପାଇଁ ସମାଜରେ ବିଶେଷ ସ୍ଥାନ ଅର୍ଜନ କରିବା ସହିତ ନିଜ ଅଂଚଳ ତଥା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍’ କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ସର୍ବାଦା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ୱ ଦେଇଛନ୍ତି । ସେ ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହି କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ।
ଏହି ଅବସରରେ ବିଜେପିର ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତି ପରିଡାଙ୍କ ସମେତ ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀମଣ୍ଡଳ ସଦସ୍ୟ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ଓ ବିଜେପିର ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।