ଜିଲ୍ଲାର ବିକାଶ ମୋର ପ୍ରାଥମିକତା: ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)
କେନ୍ଦ୍ରାପଡ଼ା, ତା ୦୨/୦୭: ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ନୀଲୁ ମହାପାତ୍ର । ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅବସରଗ୍ରହଣ ପରେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଏହି ଦାୟିତ୍ୱଭାର ଅର୍ପଣ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଯୁକ୍ତ ପଣ୍ଡାଙ୍କ ଠାରୁ ଶ୍ରୀଯୁକ୍ତ ନୀଲୁ ମହାପାତ୍ର ସୋମବାର ଦିନ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେଇ ମୁଁ ନିଷ୍ଠାର ସହ କାର୍ଯ୍ୟ କରୁଛି ଓ କରିବି । ସମ୍ମିଳିତ ଉଦ୍ୟମରେ ଏବଂ ସମସ୍ତଙ୍କ ସହଯୋଗ ରହିଲେ କେନ୍ଦ୍ରାପଡ଼ା ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲାର ଗୌରବ ଅର୍ଜନ କରିପାରିବ ।