ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା
ଆମ୍ବ ପରେ ୭ କୁଇଣ୍ଟାଲ ଭେଣ୍ଡି, ପୋଟଳ ଦୁବାଇ ଗଲା
ଭବାନୀପାଟଣା,
କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖୁବାକୁ ମିଳିଛି। କଳାହାଣ୍ଡି ଜିଳ ଜିଲା ନର୍ଲା ସାଡିଙ୍ଗତରା ଗ୍ରାମରୁ ଗତ ୨୫ ତାରିଖରେ ୨୫ କୁଇଣ୍ଟାଲ ଆମ୍ରପାଲି ଆମ୍ବ ଦୁବାଇକୁ ରପ୍ତାନି ହୋଇଥିଲା। ସାଡିଙ୍ଗତରା ଗ୍ରାମର ମହିଳା ଆମ୍ବ ଚାଷୀ ଶ୍ରଦ୍ଧାଞ୍ଜଳି ମାଝିଙ୍କଠାରୁ ଏହି ଆମ୍ବକୁ ଫାପ୍ ଗ୍ରୁପ ଓ ଇସାନ ଟ୍ରେଡର କ୍ରୟ କରି ଦୁବାଇକୁ ରପ୍ତାନି କରିଥିଲା। ଏହାପରେ ସୋମବାର ଜିଲାର ଏମ୍ ରାମପୁର ବ୍ଲକର ଚାଷୀଙ୍କଠାରୁ ୭ କୁଇଣ୍ଟାଲ ଭେଣ୍ଡି, ପୋଟଳ ଦୁବାଇକୁ ରପ୍ତାନି ହୋଇଛି ଏହାକୁ ନେଇ ଜିଲାର ପରିବା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଏମ୍ ରାମପୁର ବ୍ଲକର ଚାଷୀଙ୍କଠାରୁ ନାବାର୍ଡ ଦ୍ବାରା ଗଠିତ ଉତ୍ତେଇଭେଲି କୃଷକ ଉତ୍ପାଦକ ସଂଗଠନ ସାଢେ ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ କୁଇଣ୍ଟାଲ ପୋଟଳ ସଂଗ୍ରହ କରି ଦୁବାଇକୁ ରପ୍ତାନି କରିଛି। ଭୁବନେଶ୍ଵର ବିମାନବନ୍ଦର ଏୟାର କାର୍ଗୋ ମାଧ୍ୟମରେ ଦୁବାଇକୁ ଏହିସବୁ ପନିପରିବା ରପ୍ତାନୀ
କାର୍ଗୋରେ ରପ୍ତାନି ପାଇଁ ରହିଥିବା ଭେଣ୍ଡି, ପୋଟଳ। ଭୁବନେଶ୍ବର ବିମାନବନ୍ଦର ଏୟାର କା କରାଯାଇଛି। ଉତ୍ତେଇଭେ କୃଷକ ଉତ୍ପାଦକ ସଂଗଠନ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ପାଲାଡିୟମ୍ ଏଜେନ୍ସି ସହାୟତାରେ ଏହି ପନିପରିବା ଦୁବାଇ ପଠାଯାଇଛି। ଆଗାମୀ ଦିନରେ ଏଭଳି ପନିପରିବା ଓ ଫଳମୂଳର ବିଦେଶରେ ଚାହିଦା ଅଧିକ ଥିବାରୁ ଉତ୍ପାଦକ କମ୍ପାନୀ ମାଧ୍ୟମରେ ରପ୍ତାନିର ସୁଯୋଗ ସୃଷ୍ଟି ହୋଇପାରିବ। ଏଥିପାଇଁ ଚାଷୀମାନଙ୍କୁ ଉନ୍ନତ ମାନର ପନିପରିବା ଓ ଫଳମୂଳ ଉତ୍ପାଦନ କରିବାରେ ପ୍ରଶିକ୍ଷଣ ଦେବା ଲାଗି ଉତ୍ପାଦକ କମ୍ପାନି ଲକ୍ଷ୍ୟ ରଖିଛି। ଏ ନେଇ ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କିଶୋର ମହାଲିଙ୍ଗ କହନ୍ତି, ଦୁବାଇରେ କଳାହାଣ୍ଡିର ଫଳମୂଳ, ପନିପରିବାର ଚାହିଦା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବ ପରେ ଏବେ ଭେଣ୍ଡି, ପୋଟଳ ପଠାଯାଇଥିବାରୁ ବିଦେଶ ରପ୍ତାନି ପାଇଁ ବାଟ ଖୋଲିଛି। ଏହାଦ୍ବାରା ଚାଷୀମାନେ ଉତ୍ସାହିତ ହେବେ ବୋଲି କହିଥିଲେ।