ରାଜ୍ୟ

ବରିଷ୍ଠ ରାଜନେତା ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶୋକ।

ଭୁବନେଶ୍ଵର: ତା ୫/୭/୨୦୨୪ରିଖ: ଓଡ଼ିଶାର ସାଧାରଣ ମଣିଷଙ୍କ ସ୍ଵର ବରିଷ୍ଠ ରାଜନେତା, ରାଜ୍ୟରେ ବିଭିନ୍ନ ଵିଭାଗର ପୂର୍ବତନ ମନ୍ତ୍ରୀ, ଯୋଯନା ବୋର୍ଡର ପୂର୍ବତନ ଅଧ୍ଯକ୍ଷ ସୁରେନ୍ଦ୍ରନାଥ ନାୟକଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକରେ ଛାୟା ଖେଳାଇ ଦେଇଛି।ବରିଷ୍ଠ ନେତାଙ୍କ ଵିୟୋଗ ଖବର ପାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁର୍ଵତନ ରାଜ୍ଯ ସମ୍ପାଦକ କ଼ଃ ଆଶିଷ କାନୁନଗୋ, ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ କଃ ଜୟନ୍ତ ଦାସ ଓ ରାଜ୍ଯ କାର୍ଯ୍ଯକାରୀ କମିଟି ସଦସ୍ଯ କଃ ସୁର ଜେନା ଯାଇ ଭୁବନେଶ୍ଵରସ୍ଥିତ ତାଙ୍କୁ ଵାସଭଵନରେ ତାଙ୍କୁ ଶେଷ ଦର୍ଶନ କରି ତାଙ୍କ ଶଵାଧାରରେ ପୁଷ୍ପମାଲ୍ଯ ପ୍ରଦାନ କରି ପାର୍ଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାରଵର୍ଗ, ସାଥୀ, ସହୋଦର ଓ ତାଙ୍କ ସମର୍ଥକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *