ରାଜ୍ୟ

ଟମାଟୋ ୧୩୦, ପିଆଜ ୫୦, ଆଳୁ ଦର ବି ବଢ଼ିଲା, ପନିପରିବା ଦର କାହିଁକି ଆକାଶଛୁଆଁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟମାଟୋ, ପିଆଜ, କଞ୍ଚା ଲଙ୍କା, ଆଳୁ ଭଳି ଅନେକ ପନିପରିବାର ମୂଲ୍ୟ ଦେଶର ଅନେକ ବଜାରରେ ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ଟମାଟୋ କିଲୋଗ୍ରାମ ପିଛା ୧୦୦ ରୁ ୧୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀ ଠାରୁ ହିମାଚଳ, ଚଣ୍ଡିଗଡ଼ରେ କୋବି, ଲାଉ, କଞ୍ଚାଲଙ୍କା ଭଳି ଅନ୍ୟ ପନିପରିବା ମଧ୍ୟ ହଠାତ୍ ମହଙ୍ଗା ହୋଇ ପଡିଛି।

ଗତ ଏକ ମାସ ମଧ୍ୟରେ ଟମାଟୋ, ଆଳୁ, ପିଆଜ ଭଳି ପ୍ରମୁଖ ପନିପରିବା ମହଙ୍ଗା ହୋଇଛି । ଉପଭୋକ୍ତା ମନ୍ତ୍ରଣାଳୟର ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ, ପୂର୍ବ ମାସ ଜୁନ୍ ୫ରୁ ଜୁଲାଇ ୫ ତୁଳନାରେ ଆଳୁ ଦର ପାଞ୍ଚ ଟଙ୍କା ବଢ଼ିଛି ହୋଇଛି। ସେହିଭଳି ପିଆଜର ହାରାହାରି ମୂଲ୍ୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଟମାଟୋର ମୂଲ୍ୟ ପ୍ରାୟ ୨୩ ଟଙ୍କା ବୃଦ୍ଧି ପାଇଛି। ଗତ ଏକ ମାସ ମଧ୍ୟରେ ଆଳୁ, ପିଆଜ ଏବଂ ଟମାଟୋ ପ୍ରତି କିଲୋଗ୍ରାମର ସର୍ବାଧିକ ମୂଲ୍ୟ ୬୦ ରୁ ୮୦ ଟଙ୍କା, ୭୦ ରୁ ୮୦ଟଙ୍କା ଏବଂ ୧୦୭ ରୁ ୧୩୦ ଟଙ୍କା ବୃଦ୍ଧି ପାଇଛି।

ଗତ ମାସରେ ରାଜଧାନୀ ଦିଲ୍ଲୀରେ ଆଳୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ଯାହା ବର୍ତ୍ତମାନ ୪୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଟମାଟୋର ମୂଲ୍ୟ ୨୮ ରୁ ୫୫ ଟଙ୍କା ଏବଂ ପିଆଜର କିଲୋଗ୍ରାମ ପିଛା ମୂଲ୍ୟ ୩୨ ରୁ ୫୩ ଟଙ୍କାକୁ ବୃଦ୍ଧି ପାଇଛି।

ଜୁନ୍ ୫ ରେ, ପାଞ୍ଚଟି ରାଜ୍ୟରେ କିଲୋଗ୍ରାମ ପିଛା ଆଳୁ ୪୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସର୍ବାଧିକ ଏହାର ଦାମ୍ ୫୮.୩୩ ଥିଲା। ଏହା ପରେ କେରଳରେ ଏହାର ମୂଲ୍ୟ ୪୭.୨୫ ଟଙ୍କା, ତାମିଲନାଡୁରେ ୪୫.୬୫ ଟଙ୍କା, ପୁଡୁଚେରୀରେ ୪୩ ଟଙ୍କା ଏବଂ ମିଜୋରାମରେ ୪୦.୨୭ ଟଙ୍କା ଥିଲା। ହରିୟାଣାରେ ଏକ କିଲୋଗ୍ରାମ ଆଳୁ ସର୍ବନିମ୍ନ ମୂଲ୍ୟରେ ୧୯.୫୦ ଟଙ୍କାରେ ବିକ୍ରି ହୋଇଥିଲା ।

ବର୍ତ୍ତମାନ ଏକ ମାସ ପରେ, ନଅଟି ରାଜ୍ୟରେ କିଲୋଗ୍ରାମ ପିଛା ଆଳୁ ୪୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ଉପଲବ୍ଧ ହେଉଛି। ଏହି ରାଜ୍ୟଗୁଡ଼ିକ ହେଉଛି ଆଣ୍ଡାମାନ ଏବଂ ନିକୋବର, ପୁଡୁଚେରୀ, କେରଳ, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ମିଜୋରାମ, ମଣିପୁର ଏବଂ ଦିଲ୍ଲୀ । ଆଣ୍ଡାମାନ ଏବଂ ନିକୋବରରେ ଏହାର ମୂଲ୍ୟ ୬୧.୬୭ ଟଙ୍କା ଏବଂ ବିହାରରେ ସର୍ବନିମ୍ନ ୨୮.୦୩ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *