ରାଜ୍ୟ

ମଧୁବନ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ନିଗମାନନ୍ଦ ଭକ୍ତଙ୍କ ସ୍ମୃତିରେ ସ୍ମୃତିସ୍ତମ୍ଭ ନିର୍ମାଣ ଦାବୀ
ବାରିପଦା ତା ୨୫/୨

ବିଗତ ୨୬ ବର୍ଷ ତଳେ ମଧୁବନରେ ଆୟୋଜିତ ନିଗମାନନ୍ଦ ଭକ୍ତ ସମ୍ମିଳନୀର ଅନ୍ତିମ ଦିବସରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶତାଧିକ ଭକ୍ତଙ୍କ ପ୍ରତି ବାରିପଦାବାସୀ
ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ମଧୁବନ ଉନ୍ନୟନ ପରିଷଦ ତରଫରୁ ସ୍ଥାନୀୟ
ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ଶ୍ରଦ୍ଧାଂଜଳି
ସଭା ଓ ଦୀପ ଦାନ କାର୍ଯ୍ୟକ୍ରମରେ ବାରିପଦାର ବହୁ ବୁଦ୍ଧିଜୀବି, ରାଜନେତା ତଥା ଅଂଚଳବାସୀ ଯୋଗ ଦେଇ ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସହିତ ସମୂହ ଦୀପଦାନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଘଟିଯାଇଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡର ଭୟାବହତା ତଥା ଲୋମହର୍ଷଣକାରୀ ଘଟଣାର ସ୍ମୃତିଚାରଣ ତଥା ସେହି ଦୁର୍ଦ୍ଦିନରେ ବାରିପଦାବାସୀଙ୍କ ସେଚ୍ଛାକୃତ ସହାୟତା ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବି ତଥା ରାଜନେତାମାନେ ନିଜ
ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ପାଇଁ ବାରିପଦା ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇଥିଲା । ମଧୁବନ ଉନ୍ନୟନ
ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନାଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ ସଭାରେ ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସାମ୍ବାଦିକ ସଂଜୟ ଚୌଧୁରୀ, ଶିକ୍ଷାବିତ
ବିପ୍ଳବ ବୁଗୁଡେଇ, ଡ. ଶ୍ୟାମ ସୁନ୍ଦର ଦାସ, ଡ. ଯୋଗେନ୍ଦ୍ର ନାଥ ପଣ୍ଡା, ବାରିପଦା ବ୍ୟବସାୟୀ ସଂଘର ସଭାପତି ଅମିତାଭ ସାହୁ, ରଘୁନାଥ ପଣ୍ଡା, ପ୍ରଫେସର ଶାନ୍ତନୁ ଉପାଧ୍ୟାୟ, ଅଶୋକ ବାରିକ, ମାଣିକଲାଲ ପାଣି, ଜୟନ୍ତ ନାଏକ, ବିଜୟ କୁମାର ପାତ୍ର, କୁଳମଣି ପୃଷ୍ଟି, ଗୋବର୍ଦ୍ଧନ ନାଥ, ନନୀଗୋପାଳ ମହାନ୍ତି, ରବିନ୍ଦ୍ର ନାଥ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ଦିବଂଗତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ
କରିଥିଲେ ।

Leave a Reply

Your email address will not be published. Required fields are marked *