କଲମପୁର ବୁଦ୍ଧିଜୀବୀ ନାଗରିକ ମଞ୍ଚ ଦେଲେ ବିଧାୟକଙ୍କୁ ଦାବିପତ୍ର
ଭବାନୀପାଟଣା __କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ଆଜି କଲମପୁର ଗସ୍ତ କରିଥିଲେ, ଏପରି ପେକ୍ଷିରେ କଲମପୁର ବୁଦ୍ଧିଜୀବୀ ନାଗରିକ ମଞ୍ଚ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ଶ୍ରୀ ପଟ୍ଟଯୋଷୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ, ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥ୍ରୀଫେଜ ବିଦ୍ୟୁତ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ଯନ୍ତ୍ରପାତି ଅଚଳ ହୋଇ ପଡ଼ିରହିଛି, ଏଣୁ ଥ୍ରୀ ଫେଜ ବିଦ୍ୟୁତ ବ୍ୟବସ୍ଥା କରାଯାଉ, ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏକାଧିକ ବ୍ଲକର ରୋଗୀ ନିର୍ଭର କରି ଆସୁଛନ୍ତି, କିନ୍ତୁ ପର୍ଯ୍ୟାପ୍ତ ଔଷଧ ପତ୍ର ମିଳୁନାହିଁ, ଏଥିପାଇଁ ରୋଗୀ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି, ଏଠାରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ,ଆଦର୍ଶ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ନିୟୋଜିତ କିରାଣୀ ଅଶୋଭନୀୟ ଆଚରଣ କରୁ ଥିବାରୁ ଅନ୍ୟତ୍ର ବଦଳି ଓ ଖେଳ ପଡିଆ ଭିତ୍ତିଭୂମିର ବିକାଶ ତଥା ମୂଖ୍ୟ ରାସ୍ତାରୁ ବିଦ୍ୟାଳୟ ରାସ୍ତା ପ୍ରଶସ୍ତିକରଣ କରିବାକୁ ନିବେଦନ କରିଛନ୍ତି, ତତ୍ ସହିତ ଜନସାଧାରଣଙ୍କ ପାଇଁ କେନ୍ଦ୍ର ସ୍ଥଳରେ ମହିଳା ଓ ପୁରୁଷ ଶୌଚାଳୟ ଅତ୍ୟନ୍ତ ଆବଶ୍ୟକତା ଦୂଷ୍ଟିରୁ ନିର୍ମାଣ କରିବା ଓ +୨,+୩ ମହା ବିଦ୍ୟାଳୟରେ ବିଜ୍ଞାନ ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଲିଖତ ଭାବେ ଦର୍ଶାଯାଇଛି, ଦାବିପତ୍ରକୁ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ନାଏକ ଓ ଦୀପକ କୁମାର ସାହୁ ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ପଟ୍ଟଯୋଷୀ ଗ୍ରହଣ କରି ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ,