କୁଳପତି ଙ୍କ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ରଥ ଯାତ୍ରା ଶିବିର ପରିଦର୍ଶନ।
ବାରିପଦା ୧୦/୭/୨୪- ବାରିପଦା ରଥ ଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷ ରୋପଣ ଆଦି କାର୍ଯ୍ୟ ଆୟୋଜନ କରିବା ନିମନ୍ତେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ବିଶ୍ଵବିଦ୍ୟାଳୟ ଏନ୍ ଏସ ଏସ ୟୁନିଟ୍, ଏମ୍ ପି ସି ଅଟୋନୋମସ କଲେଜ ଏନ୍ ଏସ ଏସ ୟୁନିଟ୍ ଏବଂ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ଏନ୍ ଏସ ଏସ ୟୁନିଟ୍ ମାନଙ୍କୁ ଦାୟିତ୍ଵ ଦେଇଥିଲେ। ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ସମସ୍ତ ଜାତୀୟ ସେବା ଯୋଜନା ରଥ ଯାତ୍ରା ଶିବିର ଗୁଡ଼ିକୁ ଉଦ୍ଘାଟନ କରିଥିଲେ। ଦ୍ଵିତୀୟ ଦିବସ ରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ମାନ୍ୟବର କୁଳପତି ପ୍ରଫେସର୍ ଡ଼. ସନ୍ତୋଷ କୁମାର ତ୍ରିପାଠୀ ଶିବିର ପରିଦର୍ଶନ କରିବା ସହିତ ସ୍ୱେଚ୍ଛା ସେବୀ ମାନଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଙ୍କୁ ପାଖରେ ପାଇ ସ୍ଵେଚ୍ଛା ସେବୀ ଓ ବିଭିନ୍ନ ମହାବିଦ୍ୟାଳୟ ର ପ୍ରୋଗ୍ରାମ ଅଫିସର୍ ମାନେ ଉତ୍ସାହିତ ହୋଇ କାର୍ଯ୍ୟ କରୁଥିଲେ। ପ୍ରଥମେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟ ର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ,କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।
ବିଶ୍ଵବିଦ୍ୟାଳୟ ପି. ଜି. ଏନ୍ ଏସ ୟୁନିଟ୍ ପରିଦର୍ଶନସମୟରେ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ବିଷ୍ଣୁ ପ୍ରିୟା ହାଁସଦା ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର କୁଳପତିଙ୍କୁ ସ୍ବାଗତ କରିଥିଲେ। କୁଳପତି ପି, ଜି ୟୁନିଟ୍ ସ୍ଵେଚ୍ଛାସେବୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଦହି ସର୍ବତ ଲୋକ ମାନଙ୍କୁ ପ୍ରଦାନ କରିଥିଲେ। ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ଡ. ବନୋଜା ମହାନ୍ତି କିଛି ସମୟ ପାଇଁ ଶିବିର ରେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ଙ୍କ ସହିତ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା ଜିଲ୍ଲା ଅଧିକାରୀ ଅନାମ ଚରଣ ରାଉଳ କୁଳପତି ଙ୍କୁ ଚାରା ଗଛ ଦେଇ ସ୍ବାଗତ କରିବା ସହିତ ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶିବିର କୁ ପରିଦର୍ଶନ କରିଥିଲେ।
ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସହିତ ବିଶ୍ଵବିଦ୍ୟାଳୟ ପି. ଜି. କାଉନସିଲ୍ ଚେୟାରମେନ ପ୍ରଫେସର୍ ହେମନ୍ତ ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ସୁକୁଦେବ ତରାଇ, ବିଶ୍ଵବିଦ୍ୟାଳୟ ଏନ୍ ଏସ ଏସ କର୍ଡିନେଟର୍ ଡ଼. ବସନ୍ତ କୁମାର ମହାନ୍ତ ମଧ୍ୟ ସମସ୍ତ ଜାତୀୟ ସେବା ଯୋଜନା ଶିବିର ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ।
ବିଶ୍ଵବିଦ୍ୟାଳୟ କୁଳପତି ଡ଼. ତ୍ରିପାଠୀ ଓ ଅନ୍ୟ ଅଧିକାରୀ ମାନଙ୍କର ଶିବିର ପରିଦର୍ଶନ ସମୟ ରେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସୀ ଆଣ୍ଡ ମ୍ୟାନେଜମେଣ୍ଟ ର ଜାତୀୟ ସେବା ଯୋଜନା ଅଧିକାରୀ ମଦନ ମୋହନ ସାହୁ, ମୀରା ସେନାପତି, ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, ଅଧ୍ୟାପିକା ସୁଜାତା ପାଲ, ସସ୍ମିତା ସି, ତୃପ୍ତି ଦାସ, ଦେବସ୍ରିତା ବିଶ୍ଵାଳ, ଅଙ୍କିତା ସାହୁ, ଦିପ୍ତିଶ୍ରି ବେହେରା, ମିନାକ୍ଷୀ ସାହୁ, ଅଧ୍ୟାପକ ଠାକୁରା ଚରଣ ମାରାଣ୍ଡି, ଶ୍ରୀରାମ ଟୁଡୁ, ରଞ୍ଜିତ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହି ରଥ ଟଣା ସମୟ ରେ ଲୋକମାନଙ୍କୁ ଥଣ୍ଡା ପାଣି, ଦହି ସର୍ବତ , ଲେମ୍ବୁ ସରବତ, ବଣ୍ଟନ କରିଥିଲେ। ଶେଷରେ ମହାବିଦ୍ୟାଳୟ ର ଅଧ୍ୟାପକ କୀର୍ତ୍ତି କୌଶିକ ନାୟକ ଅକ୍ଲାନ୍ତ ପରିଶ୍ରମ ପାଇଁ ଛାତ୍ର ଛାତ୍ରୀ, ଅଧ୍ୟାପକ, ଓ ଅଧ୍ୟାପିକା ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।