ରାଜ୍ୟ

କୁଳପତି ଙ୍କ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ରଥ ଯାତ୍ରା ଶିବିର ପରିଦର୍ଶନ।

ପୁରୀ ୧୧/୭ କୁପୋଷଣ ଏକ ସାମାଜିକ ବ୍ୟାଧି।ଏହାକୁ ସାମୁହିକ ଉଦ୍ୟମ ରେ ଦୂର କରିବା ଆବଶ୍ୟକ।ସେଥିପାଇଁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ୟୁନିସେଫର ସହଭାଗିତା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ,ମିଶନ ଶକ୍ତି ଓ ୟୁନିସେଫ ଓଡିଶା ଶାଖା ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୃଷ୍ଟି କୁପୋଷଣ ଦ୍ବାରା ଶିଶୁ ର ମାନସିକ ଓ ଶାରୀରିକ ଅବସ୍ଥା ପ୍ରଭାବିତ ହେବା ସହ ପାରିବାରିକ ଓ ସାମାଜିକ ଅର୍ଥ ନୀତି ମଧ୍ୟ ଦୁର୍ବଳ ହୋଇ ଥାଏ।ତେଣୁ ତୃଣମୂଳ ସ୍ତରରେ ରହୁଥିବା ବିଭାଗୀୟ କର୍ମଚାରୀ ମାନେ ନିଷ୍ଠାପର ଭାବେ ମା ଓ ଶିଶୁ ମାନଙ୍କ ପୁ୍ଷ୍ଟି ସାଧନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତ୍ୟେକ ଶିଶୁ ଆଗାମୀ କାଲିର ଭବିଷ୍ୟତ।ତେଣୁ ସୁସ୍ଥ ଶିଶୁ ଓ ସୁସ୍ଥ ମା ସମାଜ ପାଇଁ ସମ୍ବଳ ହୋଇଥିବା ବେଳେ କୁପୋଷଣ ର ଶୀକାର ମାନେ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି।ତେଣୁ ଦାୟିତ୍ୱ ରେ ଥିବା କର୍ମଚାରୀ ଓ ଅଧିକାରୀ ମାନେ ମା ଓ ଶିଶୁ ସ୍ୱାସ୍ଥ୍ୟ ପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶର୍ମିଷ୍ଠା ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦକ୍ଷତା ବୃଦ୍ଧି ର ପରାମର୍ଶଦାତା ଦୀପାଳି ଦାସ, ୟୁନିସେଫର ସାମାଜିକ ଆଚରଣ ପରିବର୍ତ୍ତନ ଯୋଗାଯୋଗ ର ପ୍ରତିନିଧି ଶ୍ରେୟା ପଟ୍ଟନାୟକ, ପ୍ରଜ୍ଞା ଚୌଧୁରୀ ପ୍ରମୁଖ ଯୋଗ ଦେଇ କୁପୋଷଣ ର କାରଣ, ନିରାକରଣ, ଶିଶୁ ମାନଙ୍କର ଓଜନ ଓ ଉଚ୍ଚତା ମାପିବା ର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୋଷଣ ର ଜିଲ୍ଲା ସଂଯୋଜକ ସଶ୍ମିତା କର୍ମକାର,ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକକ ଆରତୀ ସାହୁ,ମମତା ଡିପିସି ପ୍ରଣତି ମହାନ୍ତି, ସିଡିପିଓ,ସୁପରଭାଇଜର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଅତିଥି ମାନେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମ୍ପର୍କିତ ସହାୟକ ପୁସ୍ତିକା କୁ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *