ଅବସରପ୍ରାପ୍ତ ସମବାୟ ଅଧିକାରୀଙ୍କ ପରଲୋକ
ଭୁବନେଶ୍ଵର, ୧୨।୭(ପି.ଏନ୍): ଅବସରପ୍ରାପ୍ତ ସମବାୟ ଅଧିକାରୀ ତଥା କଟକ ତିନିଘରିଆ ନିବାସୀ ଅଶ୍ୱିନୀ କୁମାର ସ୍ବାଇଁଙ୍କ ପରଲୋକ ଘଟିଛି। ୧୯୬୯ ମସିହାରେ ଓଡ଼ିଶା ସମବାୟ ସେବାରେ ଯୋଗଦେଇ ୨୦୦୨ ମସିହାରେ ସେ ସେବା ନିବୃତ୍ତ ହୋଇଥିଲେ ।ଏହି ସମୟ ମଧ୍ୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଅତିରିକ୍ତ ନିବନ୍ଧକ ଭାବେ ଅବସର ଗ୍ରହଣ କରିଥିଲେ।ସମବାୟ ବିଭାଗକୁ କ୍ରିୟାଶୀଳ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା।ଗୁଜୁରାଟରେ ଉତ୍ପାଦିତ ଅମୂଲ ଉତ୍ପାଦ ଗୁଡ଼ିକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା। ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସେ ନିଜକୁ ନିୟୋଜିତ କରିଥିଲେ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ନିର୍ମଳା ସ୍ଵାଇଁ, ଦୁଇ ପୁଅ ଅମରେଶ ଓ ଆଲୋକେଶ ,ଦୁଇ ବୋହୂ,ଝିଅ ଲୋପାମୁଦ୍ରା, ଜ୍ୟାଇଁ ଡ. କାହ୍ନୁ ଚରଣ ଧିର , ନାତି,ନାତୁଣୀ ଏଵଂ ଆତ୍ମୀୟ ସ୍ୱଜନ ସମେତ ସ୍ଵାଇଁ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।ନିଜ ଜନ୍ମ ସ୍ଥାନ ତିନିଘରିଆ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ତାଙ୍କ ବିୟୋଗରେ ପର୍ଯ୍ୟବେକ୍ଷକ ମିଡିଆ ଗ୍ରୁପର ସମ୍ପାଦକ ଡ.ପବିତ୍ର ମୋହନ ସାମନ୍ତରାୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।