ରାଜ୍ୟ

ଆମ ହାତରେ ଆମ ସମସ୍ୟାର ସମାଧାନ”ଶରଧାବାଲି ରେ “ଆଟା”ର ସଚେତନତା ଶିବିର

ପୁରୀ,୧୨/୭, ସରକାରୀ ଚିକିତ୍ସା ଉପଲବ୍ଧ ତଥା ସେବା କେନ୍ଦ୍ରର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ “X” ଠିକଣା ଦିଆଯାଇଛି। ପ୍ରତ୍ୟେକ ଡାକ୍ତରଖାନା “X” ମାଧ୍ୟମରେ ଆସୁଥିବା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସରକାରଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି। ଏନେଇ ସଚେତନତା ସୃଷ୍ଟି ପାଇଁ “ଆ ଟା” ପକ୍ଷରୁ ଏକ ସଚେତନତା ଶିବିର ଖୋଲାଯାଇଛି।
ସ୍ବାସ୍ଥ୍ୟ ହିଁ ସମ୍ପଦ କୁ କାର୍ଯ୍ୟ କାରୀ କରିବା ସହ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରେ ଏହି ଶିବିର ବାର୍ତ୍ତା ଦେଉଛି।। ଆଜିକାଲି ସୋସିଆଲ ମିଡିଆର ଯୁଗ। ଆମ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ ଫୋନ୍ ସହ ଇଣ୍ଟରନେଟ ସୁବିଧା ରହିଛି। ପୂର୍ବରୁ ଏହାର ସୁଫଳ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାବାସୀ ପାଇଛନ୍ତି। ଏଣୁ ଏହି ସୁବିଧାକୁ ଘରେ ଘରେ ଲୋକଙ୍କ ପାଖେ ପହଞ୍ଚାଇ ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ପାଇଁ “ଆସୋସିଏସନ୍ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍” Team Ata” ର ଏହି ପ୍ରୟାସ “ଆମ ହାତରେ ଆମ ସମସ୍ୟାର ସମାଧାନ”। ରଥଯାତ୍ରା ଅବସରରେ ଭକ୍ତଙ୍କ ଗହଳି ରହୁଛି। ତେଣୁ ଏହି ସଚେତନତାକୁ ବ୍ୟାପକ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଶରଧାବାଲିରେ ଏକ ଷ୍ଟଲ୍ ଖୋଲାଯାଇଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ରୁପଭାନୁ ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ବିରଜା ଶଙ୍କର ରଥ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ପକ୍ଷରୁ ଦୀପକ କୁମାର ପ୍ରଧାନ, ଜଗନ୍ନାଥ ସେଠୀ, ଗୀତାଞ୍ଜଳି ଜେନା, ନିରାକାର ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *