ରାଜ୍ୟ

ଶରଧାବାଲି ରେ ଭଜନ ସଂଧ୍ୟା

ପୁରୀ ୧୨/୭
ରଥଯାତ୍ରା ର ଷଷ୍ଠ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ ମଞ୍ଚ ରେ ପାରମ୍ପରିକ ଲୋକ ନୃତ୍ୟ ଓ ଭଜନ ପରିବେଷଣ ଜାରି ରହିଛି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରା ଅବସରରେ ପୁରୀ ର ବିଭିନ୍ନ ସ୍ଥାନରେ ୧୩ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର ସହ ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଛି।ପ୍ରତ୍ୟହ ପ୍ରାତଃ ରୁ ଏହି କେନ୍ଦ୍ର ମାନଙ୍କରେ ଶ୍ରଦ୍ଧାଳୁ ମାନ ଙ୍କୁ ବିବିଧ ଅତ୍ୟାବଶ୍ୟକ ତଥା ସଚେତନତା ସୂଚନା ପ୍ରଦାନ, ହଜିବା ଖୋଜିବା ସୂଚନା ପ୍ରଦାନ, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଭଜନ ପୁସ୍ତିକା ବିକ୍ରିର ବ୍ୟବସ୍ଥା କରାଯାଇଛି। ପ୍ରତି ସଂଧ୍ୟାରେ ଏହି କେନ୍ଦ୍ର ମାନଙ୍କ ରେ ପାଲା,ଦାଶକାଠିଆ, ଘୋଡ଼ା ନାଚ,ସଂକୀର୍ତ୍ତନ ଇତ୍ୟାଦି ପାରମ୍ପରିକ ଲୋକନୃତ୍ୟ ସହ ଭଜନ ଜଣାଣ ଓ ନୃତ୍ୟ ପରିବେଷଣ କରାଯାଉଛି।ଆଜି ସଂଧ୍ୟା ରେ ଗୁଣ୍ଡିଚା ମନ୍ଦିର ସ୍ଥିତ ମୁକ୍ତାକାଶ ରଙ୍ଗ ମଞ୍ଚ ଠାରେ ଭୁବନେଶ୍ୱର ର ତରଙ୍ଗ ମ୍ୟୁଜିକାଲ ଗୃପ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୁରୁ ବାସୁଦେବ ସ୍ୱାଇଁ ଙ୍କ ନେତୃତ୍ୱରେ ଭଜନ ପରିବେଷଣ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ବିଭାଗର କ୍ଷେତ୍ର ଉପ ନିର୍ଦ୍ଦେଶକ ସୂଚେତା ପ୍ରିୟଦର୍ଶିନୀ, ଉପ ନିର୍ଦ୍ଦେଶକ ତଥା ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କଳାକାର ମାନ ଙ୍କୁ ସ୍ୱାଗତ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *