ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ : ପ୍ରାକ୍-ପ୍ରସ୍ତୁତି ବୈଠକ
ତାଳଚେର ତା ୨୫/୦୨ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରାକ୍-ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଭାପତି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଏପ୍ରିଲ ମାସ ୫ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମା ହିଙ୍ଗୁଳାଙ୍କ ୯ଦିନ ବ୍ୟାପି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଆଲୋଚନା ହୋଇଥିଲା । ପୂର୍ବରୁ ଯାତ୍ରା ସମୟରେ ହେଉଥିବା ଖର୍ଚ୍ଚର ପରିମାଣ ସାଂପ୍ରତିକ ପରିସ୍ଥିତିରେ ଅଧିକା ହେଉଥିବାରୁ ଚଳିତ ବର୍ଷ ଅତିରିକ୍ତ ଖର୍ଚ୍ଚ ଏବଂ ଟେଣ୍ଟ ସମ୍ପ୍ରସାରଣ ଉପରେ ଅଧିକ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଏମସିଏଲ୍ ବହନ କରିବ । ଷ୍ଟଲଗୁଡିକ ନିରପେକ୍ଷ ଭାବରେ ଆବଣ୍ଟନ କରିବାକୁ ଟ୍ରଷ୍ଟବୋର୍ଡ ସଦସ୍ୟ ଗଣ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାର କରି ତାଳଚେର ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଷ୍ଟଲ ବଣ୍ଟନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ଷ୍ଟଲଗୁଡିକର ବିଭାଗକରଣ କରାଯାଇ ଆବଣ୍ଟନ କରାଯିବାକୁ ଟ୍ରଷ୍ଟ